କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେଲା ‘ଏକ ଦେଶ ଏକ ନିର୍ବାଚନ’ କମିଟି : ସମ୍ବିଧାନରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ଦେଶ ଏକ ନିର୍ବାଚନ’ ଆୟୋଜନ କରିବା ପାଇଁ କସରତ ଆରମ୍ଭ କରିଛନ୍ତି । ଏଥିପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧକ୍ଷତାରେ ଏକ କମିଟି ଗଠନ ହୋଇଛି । ଲୋକସଭା ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ସମ୍ବିଧାନରେ ୫ ଟି ସଂଶୋଧନ କରାଯିବା ସହିତ ବହୁ ମାତ୍ରାରେ ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନ ଓ ପେପରର ଆବଶ୍ୟକତା ପଡିବ । ଯାହା ଫଳରେ ଅନେକ ଖର୍ଚ୍ଚ ବଢିବ । ଏକ ଦେଶ ଏକ ନିର୍ବାଚନ କରିବା ପାଇଁ କେନ୍ଦ୍ର ସରକାର କହିବା ପରେ ଏହାକୁ ନେଇ କମିଟି ଗଠନ ହେବା ଏବଂ ଏହା ଉପରେ କାର୍ୟ୍ୟ ଆରମ୍ଭ ହେଉଛି ବୋଲି ସରକାରୀ ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଥିଲେ ।

ସଂସଦର ଏକ କମିଟି ନିର୍ବାଚନ ଆୟୋଗ ସହିତ ବିଭିନ୍ନ ଅଧିକାରୀମାନେ ‘ଏକ ଦେଶ ଏକ ନିର୍ବାଚନ’କାର୍ୟ୍ୟକାରିତା ଉପରେ ତଦନ୍ତ କରିଥିଲେ । ଏକା ସାଙ୍ଗରେ ନିର୍ବାଚନ କରାଯିବ ମାମଲାକୁ ବିଧି ଆୟୋଗ ପାଖକୁ ପଠାଯିବ । ଏହା ଉପରେ ତଦନ୍ତ ହେବା ପରେ ଏହାକୁ ଲାଗୁ କରାଯିବ । ଏକା ସାଙ୍ଗରେ ନିର୍ବାଚନ କରିବା ଦ୍ୱାରା ସରକାରୀ ଖର୍ଚ୍ଚ କମ ହେବ ବୋଲି ଅଧିକାରୀମାନେ କହିଛନ୍ତି । ବାରମ୍ବାର ନିର୍ବାଚନ କରିବା ଫଳରେ ସମୟ ନଷ୍ଟ ହେବା ସହିତ ସେହି ପରିମାଣର ଲୋକ ଶକ୍ତି , ଆଇନ ବ୍ୟବସ୍ଥାର ଆବଶ୍ୟକତା ପଡୁଛି । ଏକ କାଳୀନ ନିର୍ବାଚନ କରିବା ଦ୍ୱାରା ରାଜନୈତିକ ଦଳ ସହିତ ଭୋଟରମାନଙ୍କ ସମୟ ନଷ୍ଟ ହେବ ନାହିଁ । ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଯାହା ଦ୍ୱାରା ରାଜ୍ୟ ଗୁଡିକରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଏକା ସାଙ୍ଗରେ କରାଯାଇପାରିବ । ଅଧିକାରୀମାନଙ୍କ କହିବା ଅନୁସାରେ ‘ଏକ ଦେଶ ଏକ ନିର୍ବାଚନ’ କରିବା ପାଇଁ ସମ୍ବିଧାନରେ ୫ ଟି ପରିବର୍ତ୍ତନ କରାଯିବ । ସେଗୁଡିକ ହେଉଛି- ଅନୁଚ୍ଛେଦ ୮୩(ସଦନର ସମୟ ସୀମା ଅବଦ୍ଧି) , ଅନୁଚ୍ଛେଦ୮୫(ରାଷ୍ଟ୍ରପତି ଦ୍ୱାରା ଲୋକସଭା ଭଙ୍ଗ କରାଯିବା), ଅନୁଚ୍ଛେଦ ୧୭୨(ରାଜ୍ୟ ବିଧାନସଭା ଅବଦ୍ଧି),୧୭୪ (ରାଜ୍ୟ ବିଧାନ ସଭା ବିଘଟନ) ଏବଂ ୩୫୬(ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ) । ଏହାଛଡା ଭାରତର ଶାସନ ପ୍ରଣାଳୀକୁ ଧ୍ୟାନରେ ରଖିବା ସହିତ ରାଜନୈତିକ ଦଳର ସହମତିକୁ ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ଏହି ନର୍ବାଚନ ପାଇଁ ସବୁଠାରୁ ଜରୁରୀ ହେଉଛି ସରକାରୀ ଓ ସାଧାରଣ ଜନତାଙ୍କ ସହମତି । ଏହା ଛଡା ଏହି ନିର୍ବାଚନରେ ବହୁ ପରିମାଣରେ ଇଭିଏମ ମେସିନ ଭିଭିପାର୍ଟର ଆବଶ୍ୟକତା ପଡିବ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ଇଭିଏମ ମେସିନର କାର୍ୟ୍ୟକାରୀ କ୍ଷମତା ୧୫ ବର୍ଷ ଅର୍ଥାତ ଏହି ମେସିନ ୪ରୁ ୫ ଥର ବ୍ୟବହାର ହୋଇପାରିବ । ଏହାକୁ ପ୍ରତି ୧୫ ବର୍ଷରେ ଥରେ ପରିବର୍ତ୍ତନ କରାଯିବା ଆବଶ୍ୟକ । ଏହି ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ମତଦାନ କର୍ମୀମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପଡିବ । ଦକ୍ଷିଣ ଆଫ୍ରିକାରେ ରାଷ୍ଟ୍ରିୟ ଏବଂ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହୋଇଛି ତାହା ୫ ବର୍ଷ ପାଇଁ ହେଉଛି । ବ୍ରିଟେନରେ ସଂସଦର କାର୍ୟ୍ୟକାଳ ଅବଦ୍ଧି ଅଧିନିୟମ ୨୦୧୧ ଦ୍ୱାରା ପରିଚାଳିତ ହେଉଛି ।