fbpx

ମଦ ବିକ୍ରି ପାଇଁ ସରକାରଙ୍କ ଅଜବ ନିୟମ: ଗୋଟିଏ ପ୍ଲଟ୍‌ରେ ଚାଲିଛି ଦୁଇଟି ମଦ ଦୋକାନ, ଅଭିଯୋଗ କଲେ ଶୁଣୁନି ଅବକାରୀ ବିଭାଗ

ନିଆଳି, (ଭାସ୍କର ନ୍ୟୁଜ୍‌) : ସରକାର ମଦବିକ୍ରୀ କରିବା ନିମନ୍ତେ ଆଗ ଅପେକ୍ଷା ଏବେ ଅକ୍ସନରେ ଏକ ପ୍ରକାର ସ୍ୱଚ୍ଛତା ଆଣିଛନ୍ତି ସତ, କିନ୍ତୁ ମଦ ବିକ୍ରିକରି ରାଜକୋଷ ବଢାଇବା ନିମନ୍ତେ କଟକ ଜିଲ୍ଲା ଅବକାରୀ ବିଭାଗ ନିଆଳି ପାଇଁ କରିଥିବା ଅକ୍ସନରେ ଖାତା ନଂ ୬୬୪ ଓ ପ୍ଲଟ ନଂ – ୧୬୧୫ / ୩୮୨୦ରେ ଗୋଟିଏ ପ୍ଲଟରେ ଦୁଇ ଦୁଇଟି ମଦ ଦୋକାନକୁ ନିଲାମ ଦିଆଯାଇଛି । ଯାହା ବେଆଇନ ଅଟେ । ଜିଲ୍ଲା ଅବକାରୀ ବିଭାଗର ଏଭଳି ତୃଟି ଜାଣି ଶୁଣି କରାଯାଇଛି ନା ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି, ତାହା ଏବଏ ନିଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ମଦ ଦୋକାନର ନିଲାମ ନେଇ ମାଲିକ ମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଥମନିଲାମ ପାଇଥିବା ମାଲିକ ଏହି ପ୍ଲଟରେ ଅନ୍ୟ ଏକ ମଦଦୋକାନ ଖୋଲିବାକୁ ନେଇ ଜିଲ୍ଲା ଅବକାରୀ ବିଭାଗକୁ ପଚାରିବାରୁ ସେ କହିଛନ୍ତି ଏଭଳି ଘଟଣା ଯଦି ଘଟିଥାଏ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ । ଏଠାରେ ବିଅର ବାରଟି ବୋର୍ଡ ମାରିବା ପାଇଁ ନିୟମ ନଥିବା ବେଳେ ବାହାରେ ମଦ ବିକ୍ରି କରିପାରିବେ ନାହିଁ । ଏହି ବାରରେ କୋଚିଆ ମାନେ ଲାଇନ ଲଗାଇ ମଦ ନେଇ ବିକ୍ରୀିକରୁଛନ୍ତି । ଏଠାରେ ଅକ୍ସଫୋର୍ଡ ସ୍କୁଲ ଥିବା ବେଳେ ମହିଳା ବିଦ୍ୟାଳୟ ଓ ମହିଳା ଶୌଚାଳୟ ରହିଛି । ଏ ସବୁ ସତ୍ୱେ କିଭଳି ଉକ୍ତ ବାରକୁ ଅନୁମତି ଦିଆଗଲା ତାହା ଏବେ ଜିଲ୍ଲା ଅବକାରୀ ବିଭାଗ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.