fbpx

ଯୁବତୀଙ୍କୁ ଜବରଦସ୍ତି ବାହା ହେବା ଜିଦ୍‌ରେ କ୍ଲିନିକ୍‌ରେ ହାଇଡ୍ରାମା କଲେ ଓ୍ବାନ୍ ସାଇଡ୍ ଲଭର୍, ଅଭିଯୋଗ ପରେ ବନ୍ଧା ହେଲେ ୨ଟି ସନ୍ତାନର ପିତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏକତରଫା ପ୍ରେମ କରିବା ଜଣେ ବିବାହିତ ଯୁବକଙ୍କୁ ମହଙ୍ଗା ପଡିଛି । ଶେଷରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ବଳପୂର୍ବକ ମାଡ ମାରିବା ସହ ନିଜ ସାଥିରେ ନେଇ ଯିବାକୁ ଜିଦ୍‌ ଧରିଥିଲେ । ଏହି ଭଳି ଏକ ହାଇଡ୍ରାମା ପାଣ୍ଡରାରେ ଥିବା ଏକ କ୍ଲିନିକ୍‌ରେ ମଙ୍ଗଳବାର ଦେଖିବାକୁ ମିଳିଛି । ଏବେ ସିସିଟିଭି ଫୁଟେଜ୍‌ ଓ ଯୁବତୀଙ୍କ ଅଭିଯୋଗ ଅନୁସାରେ ମଞ୍ଚେଶ୍ୱର ଥାନା ପୋଲିସ୍‌ ତନାଘନା ଆରମ୍ଭ କରିଛି । ପୋଲିସ ତଦନ୍ତ ଅନୁଯାୟୀ ଉକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧା ବଣିଆ ଟାଙ୍ଗୀର ମାନସ କୁମାର ସାହୁ ।

ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଯୁବତୀ ଜଣଙ୍କ ଖୋର୍ଦ୍ଧା ବଣିଆଟାଙ୍ଗିର ମାନସ କୁମାର ସାହୁଙ୍କ କ୍ଲିନିକରେ କାମ କରୁଥିଲେ । ସେହି ସମୟରେ ଦୁଇଟି ସନ୍ତାନର ପିତା ମାନସ ଏକତରଫା ଭାବେ ଯୁବତୀଙ୍କୁ ଭଲ ପାଉଥିଲେ । ତେବେ କିଛି ଦିନ ପରେ ଗଡ଼ ଖୋର୍ଦ୍ଧାରେ ଥିବା ମାନସଙ୍କ କ୍ଲିନିକ ବନ୍ଦ ହୋଇଯାଇଥିଲା । ଫଳରେ ଯୁବତୀ ଜଣଙ୍କ ଭୁବନେଶ୍ୱର ପାଣ୍ଡରାରେ ଥିବା ଏକ କ୍ଲିନିକରେ କାମ କରୁଛନ୍ତି । ହେଲେ ମଙ୍ଗଳବାର ହଠାତ୍‌ ମାନସ କ୍ଲିନିକ ଭିତରେ ପଶି ଯୁବତୀଙ୍କୁ ମାଡ଼ ମାରିଥିଲେ । ଏଥିସହ ଉଠାଇ ନେବାକୁ ଯୋଜନା ମଧ୍ୟ କରିଥଲେ । ଏପରିକି ପୋଲିସ୍‌ ଉପସ୍ଥିତିରେ ମଧ୍ୟ ମାନସ ଉକ୍ତ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ମାନସଙ୍କ ନାଁରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.