fbpx
BJD SKY
BJD SKY

ଧୂମପାନ କରୁଥିଲେ ଏମିତି କରନ୍ତୁ DETOX

BJD

ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ, ପ୍ରାୟ ୫୦ ଲକ୍ଷ ଲୋକ ବର୍ଷକୁ ସିଗାରେଟ୍ ଟାଣି ଓ ତମାଖୁ ସେବନ କରି ପ୍ରାଣ ହରାଇଥା’ନ୍ତି। ଯଦି ଆପଣ ହିସାବ କରିବେ ତା’ହେଲେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ତମାଖୁ ଦ୍ୱାରା ପ୍ରାଣ ହରାଇଥା’ନ୍ତି, ଯଦି ତମାଖୁ ବନ୍ଦ କରାଯାଇ ଥାଆନ୍ତା ତା’ହେଲେ ଏମାନେ ବଞ୍ଚି ଥାଆନ୍ତେ। ସିଗାରେଟ୍ ଧୂଆଁ ମଣିଷର ଲଙ୍ଗ୍ସକୁ ଖରାପ କରିଥାଏ, ଯଦି କେହି ୫ ବର୍ଷରୁ ଊର୍ଦ୍ଧ୍ୱ ସିଗାରେଟ ଟାଣୁଛି ତା’ହେଲେ ସେ ବ୍ରୋଙ୍କାଇଟିସ୍ ଓ କାଶ ସମସ୍ୟାରେ ପଡ଼ିବାର ଅଧିକ ସମ୍ଭାବନା ରହିଥାଏ। ଏହି ପାନୀୟ ଦ୍ୱାରା ନିଜ ଶରୀରକୁ ଡ଼ିଟୋକ୍ସ କରାନ୍ତୁ ।

ପାନୀୟ ତିଆରି କରିବା ପାଇଁ କେଉଁ ସବୁ ସମାଗ୍ରୀ ଦରକାର: ସାମଗ୍ରୀ ଓ ପରିମାଣ

ପିଆଜ କଟା – ୪୦୦ ଗ୍ରାମ୍

ହଳଦୀଗୁଣ୍ଡ – ୨ ଚା ଚାମଚ

ବାଦାମୀ ଚିନି – ୪୦୦ ଗ୍ରାମ୍

ଅଦା – ଛୋଟ ଖଣ୍ଡେ ଅଦା

 

କେମିତି ତିଆରି କରିବେ ପାନୀୟ :
ଏକ ବଡ଼ ବାସନରେ ପାଣି ନିଅନ୍ତୁ,ବାଦାମୀ ଚିନି ମିଶାଇ ଏହାକୁ ଗରମ କରନ୍ତୁ ।ଏହା ପରେ ଅଦା ଓ କଟା ପିଆଜକୁ ମିଶାନ୍ତୁ । ବର୍ତ୍ତମାନ କୋରା ହୋଇଥିବା ଅଦା ଓ ହଳଦୀକୁ ମିଶାନ୍ତୁ । ସବୁ ଜିନିଷ ମିଶାଇ ସାରିବା ପରେ ଫୁଟୁଥିବା ପାନୀୟର ତାପମାତ୍ରାକୁ କମ୍ କରନ୍ତୁ । ଫୁଟି ସାରିବା ପରେ ଥଣ୍ଡା କରନ୍ତୁ ଓ ଫ୍ରିଜରେ ରଖି ଦିଅନ୍ତୁ ।

କେମିତି କରିବେ ବ୍ୟବହାର: ସକାଳେ ଜଳଖିଆ ଖାଇବା ପୂର୍ବରୁ ଓ ରାତ୍ର ଭୋଜନର ୨ ଘଣ୍ଟା ପରେ ଖାଆନ୍ତୁ।

Get real time updates directly on you device, subscribe now.