fbpx

NALCO ପକ୍ଷରୁ ବିଜ୍ଞପ୍ତି: ପେ’ ସ୍କେଲ ୧ ଲକ୍ଷରୁ ଆରମ୍ଭ, ଅନଲାଇନ୍ ଆବେଦନ ଆରମ୍ଭ ହେଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ ପ୍ରକାର ପୋଷ୍ଟରେ ପ୍ରାର୍ଥୀମାନେ ଚାକିରି କରିପାରିବେ । ଏହି ସମସ୍ତ ପଦରେ ପେ’ ସ୍କେଲ ୧.୨୦ ଲକ୍ଷ ଓ ୧.୫୦ ଲକ୍ଷରୁ ଆରମ୍ଭ ହେଉଛି । ତେଣୁ ଯୋଗ୍ୟ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଭଲ ଭାବେ ପଢ଼ି ଆବେଦନ କରନ୍ତୁ ।

ଏଗଜିକ୍ୟୁଟଭ୍ ଡାଇରେକ୍ଟର (ଏଚଆଣ୍ଡଏ), ଗ୍ରୁପ ଜେନେରାଲ ମ୍ୟାନେଜର (ଏଚଆଣ୍ଡଏ), ଜେନେରାଲ ମ୍ୟାନେଜର (ଏଚଆଣ୍ଡଏ), ଜେନେରାଲ ମ୍ୟାନେଜର (ସିଭିଲ), ଜେନେରାଲ ମ୍ୟାନେଜର (ଫାଇନାନ୍ସ), ଜେନେରାଲ ମ୍ୟାନେଜର (ମାଇନିଂ), ଗ୍ରୁପ ଜେନେରାଲ ମ୍ୟାନେଜର (ମାଇନିଂ) ଆଦି ପଦରେ ନିଯୁକ୍ତି ଦିଆଯିବ । ମୋଟ ୧୭ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀମାନେ ଆସନ୍ତା ୩୧ ତାରିଖ ପୂର୍ବରୁ ଆବେଦନ କରିବେ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଜେନେରାଲ, ଅନ୍ୟ ପଛୁଆ ବର୍ଗ (ଓବିସି) ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ପାଇଁ ଆବେଦନ ଫିସ୍ ୧୦୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://mudira.nalcoindia.co.in/Account/LoginRecruitment.aspx

ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2024/07/Detailed-Notification-NALCO-Executives-Recruitment-2024.pdf

Get real time updates directly on you device, subscribe now.