ଭୁବନେଶ୍ୱର: ଦିନକୁ ଦିନ ଅନଲାଇନ୍ ଗେମ୍ ପ୍ରତି ଯୁବପିଢ଼ିଙ୍କ କ୍ରେଜ୍ ଦେଖିବାକୁ ମିଳୁଛି । ଅନଲାଇନ୍ ଗେମ୍ ମାୟା ଜାଲରେ ଛନ୍ଦି ହୋଇ ବେଳେ ବେଳେ ନିଜ ସର୍ବସ୍ୱ ହରାଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ଅନଲାଇନ୍ ଗେମ୍ ପାଇଁ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ ।
ମୃତ ଯୁବକ ଜଣଙ୍କ ହେଉଛନ୍ତି ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକର ଶଶାଙ୍କ ଶେଖର ଶତପଥୀ (୨୨) । ସେ ଋଣ ଭାରରେ ବୁଡ଼ି ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶଶାଙ୍କ ଶେଖରଙ୍କ ମୃତୁ୍ୟ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ଏନେଇ ଲିଙ୍ଗରାଜ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।