fbpx

ଆସନ୍ତା ୬ରୁ ଅନଲାଇନ୍ ମାଧ୍ୟମରେ ହବିଷ୍ୟାଳୀ ଆବେଦନ: ଜିଲ୍ଲାପାଳ

ପୁରୀ: କାର୍ତ୍ତିକ ବ୍ରତ ପାଇଁ ଆସନ୍ତା ୬ରୁ ହବିଷ୍ୟାଳୀ ଆବେଦନ ଆରମ୍ଭ ହେବ । କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ଅକ୍ଟୋବର ୬ରୁ ୧୧ ତାରିଖ ଯାଏଁ edistrict.odisha.gov.inରେ ଆବେଦନ କରିପାରିବେ ହବିଷ୍ୟାଳୀ ।

ତେବେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ଦୂର ଦୂରାନ୍ତରୁ ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଭିଡ଼ ଜମିବ । ଏଥିପାଇଁ ୪ଟି ସ୍ଥାନରେ ପ୍ରାୟ ୨୫୦୦ ହବିଷ୍ୟଳେୀଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯିବ ।

 

Get real time updates directly on you device, subscribe now.