fbpx

କେବଳ ବହୁମତରେ ଚାଲେନି ଗଣତନ୍ତ୍ର, ଜାଣନ୍ତୁ ସପ୍ରିମକୋର୍ଟ ବିଚାରପତି କାହାକୁ କଲେ ଇଶାରା

Advertisement

ନୂଆଦିଲ୍ଲୀ: କେବଳ ବହୁମତ ଗଣତନ୍ତ୍ରର ଆଧାର ନୁହେଁ। ଗଣତନ୍ତ୍ରରେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ବହୁତ ଜରୁରି ଅଟେ। ତେବେ ଯାଇ ସମ୍ବିଧାନ ଏବଂ ଆଇନ୍‌ର ସମ୍ମାନ ହୋଇପାରିବ ବୋଲି ସୁପ୍ରିମକୋର୍ଟ ବିଚାରପତି ପିଏମ୍‌ଏସ୍. ସିହ୍ନା ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ଏକ ସ୍ୱତନ୍ତ୍ର ନ୍ୟାୟପାଳିକା ହିଁ ସରକାରଙ୍କ କାର୍ଯ୍ୟ ଉପରେ ନଜର ରଖିପାରିବ । ଅର୍ଥାତ୍ ନ୍ୟାୟପାଳିକା ଗଣତନ୍ତ୍ରର ଏକ ଗୁରୁତ୍ୱପୁର୍ଣ୍ଣ ସ୍ତମ୍ବ ଅଟେ ବୋଲି ବିଚାରପତି ସିହ୍ନା କହିଛନ୍ତି ।

ବିଚାରପତି ନରସିହ୍ନା ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି । ୨୦୨୭ରେ ସେ ପ୍ରଧାନ ବିଚାରପତି ହୋଇପାରନ୍ତି । ଦିଲ୍ଲୀର ସିଘବୀ-କେମ୍ବ୍ରିଜ ସ୍କଲାରସିପ୍ ପୁରସ୍କାର କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଏହି କଥାକହିଛନ୍ତି । ସେ ଏହି କଥାକୁ ବାରମ୍ବାର ଜୋର ଦେଇଥିଲେ କି ସୁଦୃଢ଼ ଗଣତନ୍ତ୍ର ପାଇଁ ସ୍ୱତନ୍ତ୍ର ନ୍ୟାୟପାଳିକା ନିହାତି ଜରୁରି ।

ସେ କହିଥିଲେ କି କିଛି ନିୟମ ଏବଂ ସିଦ୍ଧାନ୍ତ ପଳନ ହେବାଜରୁରି, ଯାହା ଦ୍ୱାରା ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ମିଳିପାରିବ । ଏଭଳି ସ୍ଥିତିରେ ନ୍ୟାୟପାଳିକାର ସ୍ୱନ୍ତ୍ରତା ବଢିଯାଉଛି ଏବଂ ଏକ ଗୁରୁତ୍ୱପୁର୍ଣ୍ଣ ସ୍ତମ୍ବ ହୋଇଯାଏ । ଯିଏ ଦେଶରେ ସମ୍ବିଧାନ ଏବଂ ଅଇନ୍‌ର ରାଜ ଲାଗୁ କରିବାରେ ସାହାଯ୍ୟ କରିଥାଏ । ଯଦି ନ୍ୟାୟପାଳିକାର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରାଯାଏ ତେବେ ଗଣତନ୍ତ୍ର ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୂ ଏକ ଗଣତନ୍ତ୍ରରେ ସରକାରଙ୍କ କ୍ଷମତାର ଏହି ଭାଗବାଣ୍ଟ ନିହାତି ଜରୁରି । ଅନ୍ୟଥା ଯଦି ନ୍ୟାୟପାଳିକାର ସ୍ୱତନ୍ତ୍ରତାକୁ ଚ୍ୟାଲେଞ୍ଜ କରାଯାଏ ତେବେ ସରକାରଙ୍କ ଅବଧାରଣା ମଧ୍ୟ ସଙ୍କଟରେ ପଡ଼ିବ ।

 

Get real time updates directly on you device, subscribe now.