fbpx

ପତ୍ନୀଙ୍କ ନାଁରେ ଆଜି ହିଁ ଖୋଲନ୍ତୁ ଏହି ଆକାଉଣ୍ଟ: ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଯଦି ଆପଣ ନିଜ ପତ୍ନୀଙ୍କୁ ଆତ୍ମନିର୍ଭର କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଆପଣଙ୍କ ଅନୁପସ୍ଥିତିରେ ରେଗୁଲାର ଇନକମ୍ ଆସିବ ଓ ଭବିଷ୍ୟତରେ ପତ୍ନୀଙ୍କୁ ଟଙ୍କା ପାଇଁ କାହା ଉପରେ ନିର୍ଭର ହେବାକୁ ପଡିବ ନାହିଁ, ତେବେ ଆଜିଠାରୁ ଆପଣ ରେଗୁଲାର ଇନକମ୍ ପାଇଁ ବ୍ୟବସ୍ଥା କରିପାରିବେ । ଏଥିପାଇଁ ଆପଣଙ୍କୁ ଜାତୀୟ ପେନ୍ସନ୍ ଯୋଜନାରେ ନିବେଶ କରିବା ଉଚିତ୍ ।

ଆପଣ ନିଜ ପତ୍ନୀଙ୍କ ନାମରେ ଏକ ନ୍ୟୁଉ ପେନ୍ସନ୍ ସିଷ୍ଟମ୍ (ଏନପିଏସ) ଆକାଉଣ୍ଟ୍ ଖୋଲିପାରିବେ । ଏନପିସି ଆକାଉଣ୍ଟ ଆପଣଙ୍କ ପତ୍ନୀଙ୍କୁ ୬୦ ବର୍ଷ ବୟସ ପରେ ଟଙ୍କା ଦେବ । ଏହା ସହ ପ୍ରତି ମାସରେ ସେମାନେ ପେନସନ ଆକାରରେ ରେଗୁଲାର ଇନକମ୍ ହେବ । କେବଳ ଏତିକି ନୁହେଁ, ଏନପିସି ଆକାଉଣ୍ଟ ସହ ଆପଣଙ୍କ ପତ୍ନୀ ପ୍ରତି ମାସରେ କେତେ ପେନସନ୍ ପାଇବେ, ତାହା ମଧ୍ୟ ଆପଣ ସ୍ଥିର କରିପାରିବେ । ଏହା ସହିତ,ଆପଣଙ୍କ ପତ୍ନୀ ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ କାହା ଉପରେ ନିର୍ଭରଶୀଳ ହେବେ ନାହିଁ । ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଆପଣ ନ୍ୟୁ ପେନ୍ସନ୍ ସିଷ୍ଟମ୍ (ଏନପିସି) ଆକାଉଣ୍ଟରେ ନିଜ ସୁବିଧା ଅନୁଯାୟୀ ପ୍ରତି ମାସ କିମ୍ବା ବାର୍ଷିକ ଟଙ୍କା ଜମା କରିପାରିବେ । ଆପଣ ମାତ୍ର ୧୦୦୦ ଟଙ୍କା ସହିତ ଆପଣଙ୍କ ପତ୍ନୀଙ୍କ ନାମରେ ଏକ ଏନପିସି ଆକାଉଣ୍ଟ ଖୋଲିପାରିବେ । ଏନପିସି ଆକାଉଣ୍ଟ ୬୦ ବର୍ଷ ବୟସରେ ମ୍ୟାଚୋର ହୁଏ । ନୂଆ ନିୟମ ଅନୁଯାୟୀ, ଯଦି ଆପଣ ଚାହାଁନ୍ତି ତେବେ ପତ୍ନୀଙ୍କ ବୟସ ୬୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଆପଣ ଏନପିସି ଆକାଉଣ୍ଟ ଚଲାଇପାରିବେ ।

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ପତ୍ନୀ ୩୦ ବର୍ଷ ବୟସ ଏବଂ ଆପଣ ତାଙ୍କ ଏନପିସି ଆକାଉଣ୍ଟରେ ପ୍ରତିମାସରେ ୫୦୦୦ ଟଙ୍କା ବିନିଯୋଗ କରନ୍ତି । ଯଦି ସେ ବାର୍ଷିକ ପୁଞ୍ଜି ନିବେଶର ୧୦ ପ୍ରତିଶତ ରିଟର୍ନ ପାଆନ୍ତି, ତେବେ ୬୦ ବର୍ଷ ବୟସରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ରହିବ । ଏଥିରୁ ସେମାନେ ପ୍ରାୟ ୪୫ ଲକ୍ଷ ଟଙ୍କା ପାଇବେ । ଏହା ବ୍ୟତୀତ ତାଙ୍କୁ ପ୍ରତିମାସରେ ପ୍ରାୟ ୪୫,୦୦୦ ଟଙ୍କାର ପେନସନ୍ ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପେନସନ୍ ସେମାନଙ୍କୁ ଆଜୀବନ ମିଳିବ ।

Get real time updates directly on you device, subscribe now.