fbpx

ସ୍ତ୍ରୀ ନାଁରେ ଆଜିଠୁ ଖୋଲନ୍ତୁ ଏହି ସ୍ପେଶାଲ ଆକାଉଣ୍ଟ, ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଯଦି ଆପଣ ନିଜ ପତ୍ନୀଙ୍କୁ ଆତ୍ମନିର୍ଭର କରିବାକୁ ଚାହାଁନ୍ତି, ଯାହା ମାଧ୍ୟମରେ ଆପଣଙ୍କ ଅନୁପସ୍ଥିତିରେ ଘରକୁ ରେଗୁଲାର ଇନକମ୍ ଆସିବ ଓ ଟଙ୍କା ପାଇଁ ଆପଣଙ୍କ ପତ୍ନୀ କାହା ଆଗରେ ନିର୍ଭର ନରହିବେ, ତେବେ ଏହାର ବ୍ୟବସ୍ଥା ଆପଣ ଆଜିଠାରୁ କରିପାରିବେ । ଏଥିପାଇଁ ଆପଣଙ୍କୁ ନ୍ୟାସନାଲ ପେନସନ୍ ଯୋଜନାରେ ନିବେଶ କରିବାକୁ ପଡିବ ।

ଆପଣ ନିଜ ପତ୍ନୀଙ୍କ ନାଁରେ ନ୍ୟୁ ପେନସନ୍ ସିଷ୍ଟମ ଆକାଉଣ୍ଟ ଖୋଲିପାରିବେ । ଏନପିଏସ ଆକାଉଣ୍ଟ ଆପଣଙ୍କ ପତ୍ନୀଙ୍କୁ ୬୦ ବର୍ଷ ହେବା ପରେ ଟଙ୍କା ଦେବ । ଏହା ସହିତ ପ୍ରତିମାସରେ ତାଙ୍କୁ ପେନସନ୍ ବି ମିଳିବ । କେବଳ ଏତିକି ନୁହେଁ, ଆପଣଙ୍କ ପତ୍ନୀଙ୍କୁ କେତେ ଟଙ୍କା ମିଳିବ ତାହା ଏନପିଏସ ଆକାଉଣ୍ଟ ସହିତ ଆପଣ ସ୍ଥିର କରିବେ । ଏଥିରେ ଆପଣଙ୍କ ପତ୍ନୀ ୬୦ ବର୍ଷ ବୟସ ପରେ ଟଙ୍କାକୁ ନେଇ କାହା ଉପରେ ନିର୍ଭର ରହିବେ ନାହିଁ । ତେବେ ଆସନ୍ତୁ ଏହି ଯୋଜନା ବିଷୟରେ…

ତେବେ ଆପଣ ନିଜ ସୁବିଧା ମୁତାବକ ପ୍ରତି ମାସରେ କିମ୍ବା ବର୍ଷକରେ ନୂତନ ପେନ୍ସନ୍ ସିଷ୍ଟମ୍ (ଏନପିଏସ) ଆକାଉଣ୍ଟରେ ଟଙ୍କା ଜମା କରିପାରିବେ । ମାତ୍ର ୧୦୦୦ ଟଙ୍କାରୁ ବି ଆପଣ ନିଜ ପତ୍ନୀଙ୍କ ନାମରେ ଏକ ଏନପିଏସ ଆକାଉଣ୍ଟ ଖୋଲିପାରିବେ । ଏନପିଏସ ଆକାଉଣ୍ଟ ୬୦ ବର୍ଷ ବୟସରେ ମାଚ୍ୟୁର ହୋଇଥାଏ । ନୂଆ ନିୟମ ଅନୁସାରେ, ଯଦି ଚାହାଁନ୍ତି ତେବେ ପତ୍ନୀଙ୍କ ବୟସ ୬୫ ବର୍ଷ ପର୍ଯ୍ୟନ୍ତ ଆପଣ ଏନପିଏସ ଆକାଉଣ୍ଟ୍ ଚଲାଇପାରିବେ ।

ଯଦି ଆପଣଙ୍କ ପତ୍ନୀଙ୍କ ବୟସ ୩୦ ବର୍ଷ ଓ ଆପଣ ତାଙ୍କ ଏନପିଏସ ଆକାଉଣ୍ଟରେ ପ୍ରତି ମାସରେ ୫୦୦୦ ଟଙ୍କାର ନିବେଶ କରୁଛନ୍ତି, ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ ତାହାଲେ ୬୦ ବର୍ଷ ପରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ରହିବ । ଏଥିରୁ ତାଙ୍କୁ ପ୍ରାୟ ୪୫ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ତାଙ୍କୁ ପ୍ରତି ମାସରେ ପାଖାପାଖି ୪୫,୦୦୦ ଟଙ୍କାର ପେନସନ୍ ମିଳିବ । ନିବେଶର ଖାସ୍ କଥା ହେଉଛି କି ଏହି ପେନସନ୍ ତାଙ୍କୁ ସାରା ଜୀବନ ମିଳିବ ।

Get real time updates directly on you device, subscribe now.