fbpx

ChatGPT ନିର୍ମାତାଙ୍କୁ ବଡ଼ ଝଟକା… ହ୍ୟାକ୍ ହେଲା OpenAIର ଆକାଉଣ୍ଟ, କ୍ରିପ୍ଟୋକରେନ୍ସି ସ୍କାମର ପ୍ରୟାସ

ନୂଆଦିଲ୍ଲୀ: OpenAIର ନ୍ୟୁଜ୍ ରୁମ୍ ଆକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରିଛନ୍ତି । ଏହି ଆକାଉଣ୍ଟ ଏକ୍ସ ପ୍ଲାଟଫର୍ମ(ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ରେ ଅନେକ ଫଲୋର୍ସଙ୍କ ମାଲିକ । ହ୍ୟାକରମାନଙ୍କର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ପ୍ରତାରଣା କରି କ୍ରିପ୍ଟୋକରେନ୍ସି ସ୍କାମ କରିବା, ଯାହାଦ୍ୱାରା ସେମାନେ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ଚୋରି କରିପାରିବେ ।

ହ୍ୟାକର୍ସଙ୍କ ପଦ୍ଧତି ହ୍ୟାକରମାନେ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେମାନେ ଦାବି କରିଥିଲେ ଯେ OpenAI ଏକ ନୂଆ କ୍ରିପ୍ଟୋ ଟୋକେନ୍ $OPENAI ଲଞ୍ଚ କରିଛି । ଏହା ପରେ ସେ କହିଥିଲେ ଯେ, ଓପନଏଆଇର ଉପଭୋକ୍ତାମାନେ ଏହାକୁ କିଣି ଉପକୃତ ହୋଇପାରିବେ । ଏକ ନକଲି ୱେବସାଇଟ୍ ସୃଷ୍ଟି ଟ୍ୱିଟ୍ ରେ ଏକ ଲିଙ୍କ୍ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିଲା, ଯେତେବେଳେ କ୍ଲିକ୍ କଲାପରେ ତାହା ଗୋଟିଏ ନକଲି ୱେବସାଇଟକୁ ନେଇଗଲା, ଯାହା ଓପନଏଆଇର ପ୍ରକୃତ ୱେବସାଇଟ୍ ପରି ଦେଖାଯାଉଥିଲା । ଏହି ୱେବସାଇଟ୍ ର ୟୁଆରଏଲ ମଧ୍ୟ ଓପନଏଆଇ ସହିତ ସମାନ ଥିଲା ।

ତେବେ ଏପର୍ଯ୍ୟନ୍ତ ଏହି ଘୋଟାଲାର କେହି ଶିକାର ହୋଇଛନ୍ତି କି ନାହିଁ, ତାହା କମ୍ପାନୀ କହି ନାହିଁ । କମ୍ପାନୀର କାର୍ଯ୍ୟ ଖବର ପ୍ରସାରଣ ହେବା ମାତ୍ରେ, ଓପନଏଆଇ ତୁରନ୍ତ ପୋଷ୍ଟକୁ ହଟାଇଥିଲା । ଏପରି ନକଲି କ୍ରିପ୍ଟୋକରେନ୍ସିରୁ ସାବଧାନ ରହିବାକୁ ଲୋକଙ୍କୁ ସୁରକ୍ଷା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ସାଇବର ଠକମାନେ ଲୋକଙ୍କୁ ନୂଆ ଉପାୟରେ ଠକିବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.