fbpx

‘ଅପରେସନ ଅଜୟ’: ଇସ୍ରାଏଲରୁ ଫେରିଲେ ଆଉ ୨୭୪ ଭାରତୀୟ

Advertisement

ନୂଆଦିଲ୍ଲୀ: ଅପରେସନ ଅଜୟର ୪ର୍ଥ ବ୍ୟାଚ ଦିଲ୍ଲୀରେ ପହଁଚିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ୨୭୪ ଭାରତୀୟ ପହଁଚିବା ଖବର ସାମ୍ନାକୁ ଆସିଛି । ତେବେ ଚତୁର୍ଥ ବ୍ୟାଚକୁ ମିଶାଇ ସମୁଦାୟ ୯୧୯ ଜଣ ଭାରତୀୟ ଇସ୍ରାଏଲରୁ ଫେରିଲେଣି । ଇସ୍ରାଏଲରେ ମୋଟ ୧୮ ହଜାର ଭାରତୀୟ ଫସି ରହିଛନ୍ତି ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ତେବେ ଏହାରି ମଧ୍ୟରେ ଅନେକ ଭାରତୀୟ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣିବା ପାଇଁ ଭାରତ ସରକାର ପଦକ୍ଷେପ ନେଇ ଅପରେସନ ଅଜୟକୁ କାର୍ଯ୍ୟକାରୀ କରିଛନ୍ତି । ଅକ୍ଟୋବର ୧୨ ତାରିଖ ଦିନ ସେଠାରୁ ପ୍ରଥମ ବ୍ୟାଚ ସୁରକ୍ଷିତ ଭାବେ ପହଁଚିଥିବା ବେଳେ ଆଜି ୪ର୍ଥ ବ୍ୟାଚ ପହଁଚି ସାରିଛି । ଏଥିରେ ମୋଟ ୯୧୯ ଜଣ ଭାରତୀୟ ଇସ୍ରାଏଲରୁ ସୁରକ୍ଷିତ ଭାବେ ପହଁଚିଛନ୍ତି ।

ଗତକାଲି ୧୯୭ ଜଣ ଭାରତୀୟଙ୍କୁ ‘ଅପରେସନ୍ ଅଜୟ’ ଅଧୀନରେ ଉଦ୍ଧାର କରାଯାଇଥିଲା। ଏହି ନାଗରିକମାନଙ୍କୁ ରବିବାର (୧୫ ଅକ୍ଟୋବର) ସକାଳେ ଚାର୍ଟାର୍ଡ ​​ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ଦିଲ୍ଲୀ ବିମାନ ବନ୍ଦରରେ ଇସ୍ରାଏଲରୁ ଫେରୁଥିବା ଭାରତୀୟ ନାଗରିକମାନଙ୍କୁ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର ସ୍ୱାଗତ କରିଥିଲେ। ବିମାନ ବନ୍ଦରରେ ଅବତରଣ କରୁଥିବା ଭାରତୀୟ ନାଗରିକଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଉଥିବା ଦେଖାଯାଉଛି।

Get real time updates directly on you device, subscribe now.