fbpx

ତାଲିବାନ କବଳରୁ ଲୋକଙ୍କୁ ଉଦ୍ଧାର କରିବା ଅପରେସନର ନାମ ରଖାଗଲା ‘ଦେବୀଶକ୍ତି’

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବା ପରଠାରୁ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅହରହ କାର୍ଯ୍ୟ କରିଆସୁଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ ଦେଶର ଲୋକଙ୍କ ସମେତ ୭୫୦ରୁ ଅଧିକ ଭାରତୀୟଙ୍କୁ ଆଫଗାନିସ୍ତାନରୁ ଭାରତକୁ ଫେରାଇ ଅଣାଯାଇଛି | ବର୍ତ୍ତମାନ ଭାରତ ସରକାର ଏହି ଅପରେସନକୁ ‘ଦେବୀଶକ୍ତି’ ନାମରେ ନାମିତ କରିଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଟୁଇଟ୍ କରି କହିଛନ୍ତି, ‘ଅପରେସନ୍ ଦେବୀଶକ୍ତି ଜାରି ରହିଛି | ଏହି ନିରନ୍ତର ଉଦ୍ୟମ ପାଇଁ ଭାରତୀୟ ବାୟୁସେନା, ଏୟାର ଇଣ୍ଡିଆ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଦଳକୁ ଧନ୍ୟବାଦ’। ଏହି ଉଦ୍ଧାର କାର୍ଯ୍ୟର ନାମ କାହିଁକି ‘ଦେବୀଶକ୍ତି’ ରଖାଯାଇଛି ତାର ଜଣାପଡିନାହିଁ |

Get real time updates directly on you device, subscribe now.