fbpx

ଆସନ୍ତା ୨୮ରେ ହେବ OPSC ପରୀକ୍ଷା

Advertisement

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ଆସନ୍ତା ୨୮ ତାରିଖରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରୀକ୍ଷା । ପୂର୍ବରୁ ଏପ୍ରିଲ ୨୫ ତାରିଖରେ ପରୀକ୍ଷା ହେବା ନେଇ ସ୍ଥିର ହୋଇଥିଲା । ମାତ୍ର ଗତ ରବିବାର ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଥିବାରୁ ଏହାକୁ ଆସନ୍ତା ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ରାଜ୍ୟ ବାହାରର ପ୍ରାୟ ୨ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ତେଣୁ ପୁଣି ପରୀକ୍ଷାକୁ ଘୁଞ୍ଚାଇବାକୁ ଅନେକ ପରୀକ୍ଷାର୍ଥୀ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ କରୋନା ପାଇଁ ଏମ୍ସ ଓ ନିଟ୍ ଭଳି ପରୀକ୍ଷା ବାତିଲ ହୋଇଛି । ତେଣୁ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ଅନେକ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ନିବେଦନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.