fbpx

OSSSC ନିଯୁକ୍ତି ସୁଯୋଗ, ସରିବାକୁ ଯାଉଛି ଆବେଦନ ପାଇଁ ଶେଷ ତାରିଖ: ଜଲଦି କରନ୍ତୁ ଆବେଦନ

ଦ୍ୱାଦଶ ପାସଙ୍କ ପାଇଁ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଭଲ ଖବର । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଲ୍ୟାବ୍ ଟେକନିସିଆନ ପଦରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦରେ ଆବେଦନ କରିବା ପାଇଁ ଆଉ ମାତ୍ର ଚାରିଦିନର ସମୟ ବାକି ରହିଛି । ଏମିତିରେ ଯେଉଁ ଆଶାୟୀ ଏପର୍ଯ୍ୟନ୍ତ ଆବେଦନ କରିନାହଁନ୍ତି ଅଫିସିଆଲ ୱେବସାଇଟ୍ କୁ ଯାଇ ତୁରନ୍ତ ଆବେଦନ କରନିଅନ୍ତୁ । OSSSCର ଲ୍ୟାବ ଟେକ୍ନିସିଆନ ପଦରେ ପ୍ରାୟ ୧୦୦୦ ଖାଲି ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା  ୧ଡିସେମ୍ବର ଠାରୁ ଆରମ୍ଭ ହୋଇଛି ।

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବିଜ୍ଞାନ ଷ୍ଟ୍ରିମରେ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏହା ସହ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଲାବୋରେଟୋରୀ ଟେକ୍ନିସିଆନରେ ଡିପ୍ଲୋମା ଥିବା ଦରକାର । ଏହି ପଦ ପାଇଁ ଆୟୁସୀମା ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଦରକାର । ସେହିଭଳି ଏସସି ଏସଟି ବର୍ଗରେ ଆଶାୟୀଙ୍କୁ ସର୍ବାଧିକ ୫ ବର୍ଷର ଛାଡ଼ ମିଳିବ ।

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୨୧.୧୨.୨୦୨୧

ଅନଲାଇନ ଆପ୍ଲିକେସନ ସବମିଟ୍ ଅନ୍ତିମ ତାରିଖ: ୨୫.୧୨.୨୦୨୧

ତେବେ ଆବେଦନ କରିବା ପୂର୍ବରୁ ଭଲ ଭାବରେ ଅଫିସିଆଲ ନୋଟିଫିକେସନକୁ ପଢ଼ିନିଅନ୍ତୁ । ଏହି ଲିଙ୍କରେ ଦେଖନ୍ତୁ ଅଫିସିଆଲ ନୋଟିଫିକେସନ… https://osssc.gov.in/Public/Pages/Notification.aspx

ଅଫିସିସିଆଲ ୱେବସାଇଟ- https://osssc.gov.in/Public/OSSSC/Default.aspx

 

Get real time updates directly on you device, subscribe now.