ଗଡୁନି ଆମ ବସ୍,ଷ୍ଟିୟରିଂ ଛାଡ଼ ଆନ୍ଦୋଲନରେ ଡ୍ରାଇଭର, ଯାତ୍ରୀ ହସ୍ତସନ୍ତ, କାରଣ…
ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି ।
ଓଡ଼ିଶା ଭାସ୍କର: ଦରମା ମିଳୁନି ଫଳରେ ଗଡ଼ୁନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର।
ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି । ସେମାନଙ୍କ କହିବା କଥା, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିଥାଏ। କିନ୍ତୁ, ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ। ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି।
ପଢନ୍ତୁ ଅଧିକ ଖବର…କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ଭାରତ-ପାକିସ୍ତାନ ମ୍ଯାଚ, କାହିଁକି ପଢ଼ନ୍ତୁ ଏ ରିପୋର୍ଟ
ଏହାଛଡ଼ା ଆମ ବସ୍ କର୍ମଚାରୀଙ୍କ ପାଇଁ ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ଡ୍ରାଇଭରମାନେ। ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ଡ୍ରାଇଭରମାନେ ।
ପ୍ରକାଶଥାଉ ଯେ, ୪୩ଟି ବସ ବନ୍ଦ ପଡ଼ିଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ଆଜି ୪୨ ଦିନ ବିତିଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର ।
ସୂଚନା ଅନୁସାରେ, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା । କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି । ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।