fbpx

ଘୋଡ଼ାର ଜନ୍ମଦିନରେ ମାଲିକ କାଟିଲେ ୫ ହଜାର ଟଙ୍କାର କେକ୍

ନୂଆଦିଲ୍ଲୀ, ୩ା୩: ପଶୁମାନଙ୍କ ପ୍ରତି ଆଜି ବି ମଣିଷର ଅତୁଟ ଭଲପାଇବା ରହିଛି, ଏହାକୁ ପ୍ରମାଣ କରିଛନ୍ତି ବିହାରର ଜଣେ ଯୁବକ । ଘୋଡ଼ାର ଜନ୍ମଦିନ ଅବସରରେ ଯୁବକ ଜଣକ ୫ ହଜାର ଟଙ୍କାର ଏକ କେକ୍ କାଟିଛନ୍ତି । ଏହାସହିତ ଯୁବକ ଜଣକ ନିଜର ବନ୍ଧୁ ପରିଜନଙ୍କୁ ପାର୍ଟି ଦେଇ ଉତ୍ସବ ମନାଇଛନ୍ତି ।

ସୂଚନା ଅନୁଯାୟୀ, ବିହାରର ପଞ୍ଚବଟି ଚୌକ ନିବାସୀ ଗୋଲୁ ଯାଦବ ନିଜର ପ୍ରିୟ ଘୋଡ଼ା ଚେତକର ଜନ୍ମ ଦିବସକୁ ଅତି ଧୁମଧାମ ସହକାରେ ପାଳନ କରିଛନ୍ତି । ଗୋଲୁ ଘୋଡ଼ାଟିକୁ ନିଜର ପୁତ୍ର ସମାନ ସ୍ନେହ ଆଦର କରିଥାନ୍ତି । ଗୋଲୁ କୁହନ୍ତି ଯେ, ଚେତକ ଏକ ସାଧାରଣ ପଶୁ ନୁହେଁ, ସେ ତାଙ୍କର ଘରର ଜଣେ ସଦସ୍ୟ । ଚେତକ ୬ ମାସର ହୋଇଥିବା ବେଳେ ଗେଲୁ ତାକୁ ଘରକୁ ଆଣି ଲାଳନ ପାଳନ କରିଛନ୍ତି । ଗତବର୍ଷ ମଧ୍ୟ ଚେତକର ଜନ୍ମଦିନକୁ ଗେଲୁ ଧୁମଧାମରେ ପାଳନ କରିଥିଲେ । ପ୍ରଥମେ କେକ୍ ସାମନାରେ ଚେତକକୁ ଠିଆ କରାଯାଇଥିଲା । କେକରେ ଘୋଡ଼ା ଚିତ୍ର ରହିବା ସହ ଚେତକର ନାମ ମଧ୍ୟ ଲେଖାଯାଇଥିଲା । ତା’ପରେ ଗୋଲୁ କେକ୍ କାଟି ଚେତକକୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏହାକୁ ଦେଖିବା ପାଇଁ ପାଖ ପଡ଼ୋଶୀଙ୍କ ଭିଡ଼ ଜମିଥିଲା ।

Get real time updates directly on you device, subscribe now.