fbpx

ପଶ୍ଚିମବଙ୍ଗ ସରକାରଙ୍କ ପାଇଁ କେସ୍ ଲଢିଲେ ପି ଚିଦାମ୍ବରମ୍: ଓକିଲ ସଂଘ ଓ କଂଗ୍ରେସ କର୍ମୀଙ୍କ ବିରୋଧ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଅର୍ଥମନ୍ତ୍ରୀ ତଥା ସୁପ୍ରିମକୋର୍ଟ ଓକିଲ ପି ଚିଦାମ୍ବରମ କୋଲକାତା ହାଇକୋର୍ଟ ବାହାରେ ହଟହଟା ହୋଇଛନ୍ତିି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ମାମଲା ଲଢିବାକୁ ଆସିଥିବା ଚିଦାମ୍ବରମଙ୍କୁ କେବଳ ଓକିଲ ସଂଘ ନୁହେଁ ବରଂ ତାଙ୍କ ଦଳ କଂଗ୍ରେସର ସଦସ୍ୟ ମାନେ ମଧ୍ୟ ବିରୋଧ କରିଥିଲେ । ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ଏହି ମାମଲାକୁ ବିରୋଧ କରିଥିଲେ । ମେଟ୍ରୋ ଡାଏରୀର ଶେୟାର ଘରୋଇ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ କେଭେଣ୍ଟରକୁ ବିକ୍ରି କରିବାକୁ ନେଇ ଏହି ମାମଲା ଦାୟର ହୋଇଛି ।

ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ମାମଲା ଲଢିଥିଲେ ପି ଚିଦାମ୍ବରମ୍ । ତେବେ କଂଗ୍ରେସ ସମର୍ଥକଙ୍କ ସହିତ ଲୋକସଭାରେ ବିରୋଧୀ ଦଳ ନେତା ରହିଥିବା ଅଧୀର ରଞ୍ଜନ ଚୌଧୁରୀ ଏବଂ ଅନ୍ୟ ଓକିଲ ମାନେ କୋର୍ଟ ବାହାରେ ଚିଦାମ୍ବରମଙ୍କୁ ବିରୋଧ କରିଥିଲେ । ଚିଦାମ୍ବରମଙ୍କୁ ବିରୋଧ କରି ସ୍ଲୋଗାନ୍ ଦିଆଯିବା ସହିତ ଏହା ଦଳୀୟ ଅଧୋପତନ ପାଇଁ ଦାୟୀ ବୋଲି କୁହାଯାଇଥିଲା ।

ଏହି ମାମଲାରେ ଅଧୀର ରଞ୍ଜନ ଚୌଧୁରୀ କୋର୍ଟଙ୍କ ନିକଟରେ ଏକ ଯାଚିକା ଦାଖଲ କରିଛନ୍ତି । ମାମଲାର ତଦନ୍ତ ଦାବି କରି ଚୌଧୁରୀ ଆବେଦନ କରିଥିବା ବେଳେ ଚିଦାମ୍ବରମ ମାମଲା ପରିଚାଳନା କରିବା ଏବେ ସ୍ଥିତି ଗୋଳମାଳ କରିଛି । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି ତେଣୁ ଏହି ମାମଲା ଉପରେ ମୁଁ କିଛି ମତବ୍ୟକ୍ତ କରିବି ନାହିଁ ବୋଲି କହିଥିଲେ ପି . ଚିଦାମ୍ବରମ । ଏହା ସହିତ ଜଣେ ଓକିଲ ଭାବରେ ଚିଦାମ୍ବରମଙ୍କ ଉକ୍ତି ଗ୍ରହଣଯୋଗ୍ୟ ମାତ୍ର ଏହା ଦଳୀୟ ଭାବନାକୁ ଆଘାତ କରିଛି ବୋଲି ମତ ଦେଇଛନ୍ତି ଚୌଧୁରୀ ।

Get real time updates directly on you device, subscribe now.