ନୂଆଦିଲ୍ଳୀ: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦକ୍ଷିଣ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ସ୍କ୍ୱାଡ୍ ଘୋଷଣା କରିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ତେବେ ଦ୍ରୁତ ବୋଲିଂର କିଙ୍ଗ କୁହାଯାଉଥିବା ଭାରତୀୟ ପେସର ମୟଙ୍କ ଅଗ୍ରୱାଲଙ୍କୁ ଏହି ଦୁଇ ସିରିଜ ପାଇଁ ଚୟନ କରାଯାଇନାହିଁ । ଆହତ ଜନିତ ସମସ୍ୟା କାରଣରୁ ମୟଙ୍କ ଆଗାମୀ କିଛି ମାସ ପାଇଁ ଦଳରୁ ଦୂରେଇ ରହିବେ । ମୟଙ୍କ ଟିମରୁ ବାଦ୍ ପଡ଼ିବା ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଏକ ବଡ଼ ଝଟକା ।
ଏକ ରିପୋର୍ଟ ମୁତାବକ, ୨୨ ବର୍ଷୀୟ ମୟଙ୍କ ରଣଜୀ ଟ୍ରଫିର ଚତୁର୍ଥ କି ପଞ୍ଚମ ରାଉଣ୍ଡ ଖେଳିବେ, ମାତ୍ର ସେ ରିକଭରି ହେବା ନେଇ ସଂଶୟ ସୃଷ୍ଟି ହୋଇଛି । ସେ ଅଷ୍ଟ୍ରେଲିଆ ସିରିଜରେ ରିଜର୍ଭ ପେସର ଭାବେ ମଧ୍ୟ ଟିମରେ ସ୍ଥାନ ବଜାୟ ରଖିପାରି ନଥିଲେ । ପିଠିରେ ପୁଣି ଥରେ ସମସ୍ୟା ଦେଖା ଦେଇଥିବା ଜଣାପଡ଼ିଛି । ଏହା ଷ୍ଟ୍ରେସ ଫ୍ରାକଚର ମାମଲା ହୋଇପାରେ । ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ମୁତାବକ, ମୟଙ୍କ ରଣଜୀ ଖେଳିବା ମୁସ୍କିଲ ହୋଇପାରେ । ମୟଙ୍କକୁ ଖେଳିବାକୁ ଟିମ୍ ମ୍ୟାନେଜମେଣ୍ଟ ମନା କରିଥିବା ତାଙ୍କର ବ୍ୟକ୍ତିଗତ କୋଚ ଦେବେନ୍ଦ୍ର ଶର୍ମା କହିଛନ୍ତି । ଏପରି ସ୍ଥିତିରେ ଆଗାମୀ ଫେବୃଆରୀରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମୟଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଅର୍ଥାତ ଆହତ କାରଣରୁ ଆଗାମୀ ୩ ମାସ ଧରି ମୟଙ୍କ ଦଳରୁ ଦୂରେଇ ରହିବେ ।