fbpx

କୋରାପୁଟ ରୁ କଟକ: ସ୍ୱାସ୍ଥ୍ୟବସ୍ଥା ବିଗୁଡୁ ଥିବାରୁ ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ…

କଟକ : ବିଗୁଡୁଛି ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା। କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର । ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତର ଖାନରେ ଭର୍ତି କରା ଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ପତଳା ଝାଡା ଓ ଜ୍ଵର କମିଯାଇଥିଲା ।କୋରାପଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଲୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ସେ ସବୁ ସମସ୍ୟାରୁ ଉପଶମ ମିଳିଥିଲେ ବି ତାଙ୍କ ୟୁରିଆ କ୍ରିୟଟିନ ଅଧିକ ରହୁଥିବା ଯୋଗୁଁ ତାର ପରୀକ୍ଷା ଓ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ପୂର୍ବରୁ ତାଙ୍କ କିଡନୀରେ ସମସ୍ୟା ଦେଖାଯାଇଥିବା ବେଳେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.