fbpx

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକ: ଆସନ୍ତା କାଲି ଅନ୍ତିମ ଯାତ୍ରା

ଓଡ଼ିଶା ଭାସ୍କର (ଭୁବନେଶ୍ଵର): ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ । ୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କର ।  ରବିବାର ରାତ୍ରିରେ ସେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ହେବ ବୋଲି ଜଣା ପଡିଛି ।
ଭୁବନେଶ୍ୱର ବାସଭବନରେ ପ୍ରଫୁଲ୍ଲ କରଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ରଖା ଯାଇଛି । ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ ।
୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କରିଥିଲେ କଣ୍ଠଦାନ । ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପ୍ରଫୁଲ୍ଲ କର । ୨୦୦୪ ରେ ତାଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୫ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ପ୍ରଫୁଲ୍ଲ କର।

ରବିବାର ରାତ୍ରିରେ ସେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି ।

ଶ୍ରୀ କର ୧୯୩୯ ଫେବୃଆରୀ ୧୬ରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ଆଇନରେ ସ୍ନାତକ କରିଥିଲେହେଁ ସଙ୍ଗୀତକୁ ସେ ନିଜର ପେସା କରିଥିଲେ । ତାଙ୍କର ଜାଦୁଗରୀ ସ୍ୱର ସାଙ୍ଗକୁ ସଙ୍ଗୀତର ଭଲ ବୁଝାମଣା ତାଙ୍କୁ ଖୁବ୍ କମ୍ ସମୟରେ ଜଣେ ଖାତନାମା ସଙ୍ଗୀତଜ୍ଞ ଭାବେ ପରିଗଣିତ କରିପାରିଥିଲା । ସେ ୭୦ଟି ଓଡ଼ିଆ ଚଳଚ୍ଚିତ୍ର ଓ ୪ଟି ବଙ୍ଗଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ବେଳେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ବହୁ ଲୋକପ୍ରିୟ ଭଜନ ତାଙ୍କ କଣ୍ଠ ନିସୃତ । ସଙ୍ଗୀତ କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ସେ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାବାଦ୍ ୨୦୦୪ରେ ସମ୍ମାନଜନକ ଜୟଦେବ ପୁରସ୍କାର, ୨୦୦୯ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ତାଙ୍କୁ ମିଳିଛି । ଆଜି ୮୩ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି ।

Get real time updates directly on you device, subscribe now.