ରାଷ୍ଟ୍ରୀୟ ସମ୍ମାନ ସହ ହେବ ପଦ୍ମଶ୍ରୀ ପ୍ରକାଶଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳେ କାଳିଆବୋଦା ଶ୍ମଶାନରେ ପ୍ରକାଶଙ୍କ ଅନ୍ତିମ ସଂସ୍କାର ହେବ ।

ଶ୍ରୀ ରାଓଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।

ତେବେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।