fbpx

Video: ପାକିସ୍ତାନ ଖୈବର ପଖତୁନଖଓ୍ବାରେ ଜମୀୟତ(JUI-F) ବୈଠକରେ ଭୟଙ୍କର ବିସ୍ପୋରଣ, ୫୦ ମୃତ, ୨୦୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖଓ୍ବା ସହରି ଅଞ୍ଚଳରେ ଜମୀୟତ-ଏ-ଇସଲାମ-ଫଜଲ ବୈଠକରେ ବଡ଼ ବିସ୍ପୋରଣ ହୋଇଛି । ଏହାପରେ ଘଟଣା ସ୍ଥଳରେ ଲୋକମାନେ ଭୟରେ ଧାଁ ଧଉଡ଼ କରିଥିଲେ । ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏହି ବିସ୍ପୋରଣ JUI-F ର କାର୍ଯ୍ୟକର୍ତ୍ତା ସମ୍ମଳନୀକୁ ଟାର୍ଗେଟ୍ କରି କରାଯାଇଛି । ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି । ସେହିପରି ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ।

ମାଲାକାଣ୍ଡ ଅଞ୍ଚଳର ଡିଜି କହିଛନ୍ତି ଯେ ବିସ୍ଫୋରଣ କିପରି ଘଟିଲା ସେ ବିଷୟରେ କିଛି କୁହାଯାଇପାରିବ ନାହିଁ । ସୂଚନା ସଂଗ୍ରହ କରାଯାଉଛି । ତେବେ ଘଟଣାସ୍ଥଳରୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବାହାରକୁ ନିଆଯାଉଛି । କୁହାଯାଉଛି ଯେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

Get real time updates directly on you device, subscribe now.