fbpx

ସୀମାରେ ଆତଙ୍କବାଦୀଙ୍କୁ ସୁରକ୍ଷା କରୁଥିଲା ପାକିସ୍ତାନୀ ସେନା, ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ତିନି ଆତଙ୍କୀ ନିପାତ

Advertisement

ନୂଆଦିଲ୍ଲୀ: ଗତ ତିନି ଦିନ ହେବ ଭାରତୀୟ ସେନା ଏବଂ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଲଡେଇ ଜାରି ରହିଛି । ଶନିବାର ପାକିସ୍ତାନୀ ଦଖଲରେ ଥିବା କାଶ୍ମୀର(ପିଓକେ) ପଟରୁ ଭାରତକୁ ଅନୁପ୍ରବେଶ କରୁଥିବା ତିନି ଆତଙ୍କୀଙ୍କୁ ନିପାତ କରିଛି ସେନା । ଭାରତୀୟ ସେନା ସାମାଜିକ ଗଣମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି ଯେ, ଦୁଇ ଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି । ଏହାପରେ ଚିନାର ଅଞ୍ଚଳରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ ହୋଇଥିଲା ଯେଉଁଥି ପାଇଁ ଆଉ ଏକ ଶବ ଉଦ୍ଧାର କରିବାରେ ଅସୁବିଧା ହୋଇଥିଲା ।

ସେନା ପକ୍ଷରୁ କୁହାଯାଇଛି ଯେ, ଉରୀ ଅଞ୍ଚଳରେ ଅପରେସନ୍ ଜାରୀ ରହିଛି । ସେନା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି ଯେ, ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଦ୍ୱାରା ଆରମ୍ଭ ହୋଇଥିଲା ମିଳିତ ଅପରେସନ୍‌ରେ ଶନିବାର ବାରମୁଳାର ଉରୀ ଅଞ୍ଚଳରେ ଏଲ୍‌ଓସୀ ନିକଟରେ ସକାଳେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବିଫଳ କରି ଦିଆଯାଇଥିଲା । ସତର୍କ ସେନା ତିନି ଆତଙ୍କୀଙ୍କୁ ଘେରି ଯାଇଥିଲେ ।

https://x.com/ChinarcorpsIA/status/1702945172844126660?s=20

ସେନା ପକ୍ଷରୁ କୁହାଯାଇଛି ଯେ, ଦୁଇ ଆତଙ୍କୀଙ୍କୁ ନିପାତ କରି ସେମନାଙ୍କର ଶବ ଉଦ୍ଧାର ହୋଇଥିଲା କିନ୍ତୁ ତୃତୀୟ ଶବ ଉଦ୍ଧାର କରିବା ସମୟରେ ପାକିସ୍ତାନୀ ପୋଷ୍ଟରୁ ଗୁଳି ମାଡ଼ କରାଯାଇଥିଲା । ତେବେ ବର୍ତ୍ତମାନ ଅପରେସନ୍ ଜାରି ରହିଛି । କାଶ୍ମୀର ପୋଲିସ କହିଛି ଯେ, ସମସ୍ତ ଆତଙ୍କବାଦୀଙ୍କ ପରିଚୟ ମିଳିଛି । ସେମାନେ କେଉଁ ଆତଙ୍କୀ ସଂଗଠନ ସହିତ ଜଡ଼ିତ ଥିଲେ ସେ ସମ୍ପକରେ କୌଣସି ସୂଚନା ମିଳିପାରି ନାହିଁ ।

 

Get real time updates directly on you device, subscribe now.