fbpx
BJD SKY
BJD SKY

ସିଂହ ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ରାଶି ହୋଇଯିବେ ମାଲାମାଲ

BJD

ନୂଆଦିଲ୍ଲୀ: ବିଭିନ୍ନ ରାଶିରେ ଗ୍ରହ ଚଳନ ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ସେହିପରି ଧନ, ସୁଖ ଓ ଐଶ୍ୱର୍ଯ୍ୟର କାରକ ମନେ କରାଯାଉଥିବା ଶୁକ୍ର ଗ୍ରହ ଖୁବ୍ ଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । କିଛିଦିନ ପରେ ଶୁକ୍ରଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ଅକ୍ଟୋବର ୨ରେ ଶୁକ୍ର କର୍କଟ ରାଶିରୁ ସିଂହ ରାଶିରେ ପ୍ରବେଶ କରିବେ । ଫଳରେ କିଛି ରାଶିଙ୍କୁ ଶୁଭ ତ ଆଉ କିଛି ରାଶିଙ୍କୁ ଅଶୁଭ ଫଳ ମିଳିବ । ଏହି କ୍ରମରେ ଆସନ୍ତୁ ଜାଣିବା ଶୁକ୍ରଙ୍କ ଏହି ଚଳନ କେଉଁ ରାଶି ଲାଗି ଭାଗ୍ୟପ୍ରଦ ସାବ୍ୟସ୍ତ ହେବ ।

ତୁଳା ରାଶି:ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ତୁଳା ରାଶିର ସ୍ୱାମୀ ବୋଲି ମନେ କରାଯାଏ । ଏଣୁ ତୁଳା ରାଶିର ଲୋକଙ୍କ ଲାଗି ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ବହୁତ ଶୁଭ ମନେ କରାଯାଏ । ବିଦ୍ୟାର୍ଥୀଙ୍କ ଲାଗି ଏହି ସମୟ ବହୁତ ଭଲ ରହିବ । ପରୀକ୍ଷା ସହ ଜଡିତ କିଛି ଶୁଭ ଖବର ମିଳିପାରେ । ବ୍ୟବସାୟରେ ଭଲ ଲାଭ ହେବ । ପରିବାର ସହ ବାହାରକୁ ବୁଲିଯାଇପାରନ୍ତି ।
ବୃଷ ରାଶି: ଆପଣଙ୍କ ଲଭ୍ ଲାଇଫ୍ ରେ ରୋମାନ୍ସ ବଢିବ । ଟଙ୍କା ପଇସା ସମସ୍ୟା ଦୂର ହେବ । ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । କିନ୍ତୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଜନେସ୍ କରୁଥିବା ଲୋକଙ୍କ ଲାଗି ଛୋଟମୋଟ ନିବେଶ କରିବାର ଉପଯୁକ୍ତ ସମୟ ।
ସିଂହ ରାଶି: ଏହି ରାଶିର ଜାତକଙ୍କ ଲାଗି ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ବହୁତ ଲାଭଦାୟକ । ଶୁକ୍ର ଗ୍ରହଙ୍କ କୃପା ଯୋଗୁ ଧନ ଲାଭ ହେବ । ବିଜନେସ୍ରେ ସଫଳତା ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ କୌଣସି ବଡ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

 

Get real time updates directly on you device, subscribe now.