Breaking: ଉଚିତ୍ ଜବାବ୍ ଦେଲା ଭାରତ… LOCରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

ଜମ୍ମୁକଶ୍ମୀର: ଭାରତୀୟ ପୋଷ୍ଟ ଉପରକୁ ପାକିସ୍ତାନ ସେନାର ଆକ୍ରମଣ । ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଛି ।

କୌଣସି ଭାରତୀୟ ଯବାନ ମୃତାହତ ହୋଇନାହାନ୍ତି । ୩ ଦିନ ପୂର୍ବେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ ।

ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଙ୍ଘନ କରିଆସୁଛି ପାକିସ୍ତାନ । ପାକ୍ ସେନାର ମନମାନିର ଉଚିତ୍ ଜବାବ ଦେଇଛି ଭାରତୀୟ ସେନା । ପୁଣିଥରେ ସୀମାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ । ଯେଉଁ କାରଣରୁ ସେ ଏପରି କରୁଥିବା ଜଣାପଡ଼ିଛି ।