ମିଆ ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ ବ୍ୟାନ୍ କଲା ପାକିସ୍ତାନ: ଇମ୍ରାନ ଖାଁଙ୍କ ଉପରେ ଦୋଷ ଲଦିଲେ ପର୍ଣ୍ଣ ଷ୍ଟାର

ଇସଲାମାବାଦ: ପାକିସ୍ତାନରେ ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ଟିକଟକ୍ ଆକାଉଣ୍ଟ ବ୍ୟାନ କରାଯାଇଛି । ଏହି ବ୍ୟାନ୍ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଣ୍ଣ ଷ୍ଟାର ମିଆ ଖଲିଫା । ନିଜର ଟିକଟକ୍ ଆକାଉଣ୍ଟ ବ୍ୟାନ୍ ପରେ ମିଆ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାରକୁ ଫାସିବାଦୀ ବୋଲି କହିଛନ୍ତି । ତେବେ ଆଗକୁ ପାକିସ୍ତାନୀ ଫ୍ୟାନମାନଙ୍କ ପାଇଁ ଟିକଟକର ସମସ୍ତ କଣ୍ଟେଣ୍ଟ ଟ୍ୱିଟରରେ ସେୟାର କରିବେ ବୋଲି ମିଆ କହିଥିବା ଜଣାପଡ଼ିଛି । ପାକିସ୍ତାନ ସରକାର ମିଆଙ୍କ ଟ୍ୱିଟର ଆକାଉଣ୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନା ତାହା ଆଗକୁ ଜଣାପଡ଼ିବ ।

କିଛିଦିନ ପୂର୍ବରୁ ମିଆ କିଷାନ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଥିଲେ । କଣ୍ଟେଣ୍ଟ ସେନସରକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ମିଆଙ୍କର ଆକାଉଣ୍ଟ ବନ୍ଦ କରିଥିବା ଜଣାପଡ଼ିଛି । ମିଆ କହିଛନ୍ତି ଯେ, ଟିକଟକ୍ ଆକାଉଣ୍ଟ ବ୍ୟାନ ପୂର୍ବରୁ ତାଙ୍କୁ ଚେତାବନୀ ଦିଆଯାଇ ନଥିଲା, ଯାହାକି ନ୍ୟାୟ ସଙ୍ଗତ ନୁହେଁ । ଏନେଇ ଜନସାଧାରଣ ସରକାରଙ୍କ ବିରୋଧରେ ସ୍ୱରଉତ୍ତୋଳନ କରିବା ଉଚିତ । ବର୍ତ୍ତମାନ ସେ ପାକିସ୍ତାନ ଫ୍ୟାନମାନଙ୍କ ପାଇଁ ଟ୍ୱିଟରରେ ସମସ୍ତ ଭିଡିଓ ସେୟାର କରି ଫାସିବାଦୀ ଶକ୍ତିର ଦୃଢ଼ ମୁକାବିଲା କରିବେ ବୋଲି ମିଆ କହିଛନ୍ତି ।