ଲଜ୍ଜା: ୬୫ ବର୍ଷୀୟ ପାକିସ୍ତାନୀ ସାଂସଦ ୧୪ ବର୍ଷର ଝିଅକୁ ହେଲେ ବାହା, ଚାଲିଛି ତନାଘନା

ତେବେ ଜମିୟତ ଉଲେମା-ଇ-ଇସଲାମର ନେତା ଓ ବାଲୁଚିସ୍ତାନର ୬୨ ବର୍ଷୀୟ ସାଂସଦ ମୌଲାନା ସାଲାହଉଦ୍ଦିନ ଅୟୁବି ୧୪ ବର୍ଷର ନାବାଳିକା ସହ ବିବାହ ରଚିଛନ୍ତି ।

ଇସଲାମଦାବ,୨୩ ।୨: ପାକିସ୍ତାନରେ ମହିଳା ଓ ବାଳିକାମାନଙ୍କ ଅବସ୍ଥା ଅତି ଭୟଙ୍କର । ଏହି ଆଶ୍ଚର୍ଯ୍ୟଜନକ ଖବରରୁ ଆପଣ ତାହା ଅନୁମାନ କରିପାରିବେ ।

ତେବେ ଜମିୟତ ଉଲେମା-ଇ-ଇସଲାମର ନେତା ଓ ବାଲୁଚିସ୍ତାନର ୬୨ ବର୍ଷୀୟ ସାଂସଦ ମୌଲାନା ସାଲାହଉଦ୍ଦିନ ଅୟୁବି ୧୪ ବର୍ଷର ନାବାଳିକା ସହ ବିବାହ ରଚିଛନ୍ତି ।

୬୨ ବର୍ଷୀୟ ମୌଲାନାଙ୍କ ଏହି କାର୍ଯ୍ୟକଳାପକୁ ନେଇ ସମଗ୍ର ପାକିସ୍ତାନରେ ତାଙ୍କୁ ସମାଲୋଚନା କରାଯାଉଛି ।

ପାକିସ୍ତାନ ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ ଆରାମ୍ଭ କରିଛି । ସମ୍ପୃକ୍ତ ନାବାଳିକାର ବାପା ଏହି ମାମଲାକୁ ନିଶ୍ଚିତ କରିଛନ୍ତି ।

ମହିଳା କଲ୍ୟାଣ ପାଇଁ କାମ କରୁଥିବା ଏକ ଏନଜିଓ ଦେଇଥିବା ଅଭିଯୋଗକୁ ଭିତ୍ତି କରି ସାଂସଦଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

ଏନଜିଓ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଅନୁସାରେ, ମୌଲାନା ନିଜଠାରୁ ୪ ଗୁଣ ସାନ ଝିଅକୁ ବିବାହ କରିଛନ୍ତି ।

ଏହି ଖବର ସୋସିଆଲ ମିଡିଆରେ ତୀବ୍ର ଭାବେ ଭାଇରାଲ ହେବାରେ ଲାଗିଲା । ଏହି ଘଟଣା ଜାଣିବା ପରେ ଲୋକଙ୍କ ରାଗ ଦେଖିବାକୁ ମିଳୁଛି ।