fbpx

ନିଜ ଦେଶରେ ହିଁ ପାକିସ୍ତାନ ସେନାଙ୍କୁ ନୋ ଏଣ୍ଟ୍ରୀ, ପାକିସ୍ତାନର ଏପରି ଅବସ୍ଥା ପାଇଁ କିଏ ଦାୟୀ

ନୂଆଦିଲ୍ଲୀ: ପାକିସ୍ତାନ ଯାହା ଚିନ୍ତା କରୁଛି ତା’ର ବିପରୀତ ଘଟୁଛି। କେତେବେଳ ସେ ଦାରିଦ୍ର‌୍ୟତା ସହ ଲଢୁଛି ତ କେତେବେଳେ ନିଜେ ପାଳିଥିବା ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ଆତଙ୍କବାଦ ବିରୋଧୀ ଅପରେସନ ‘ଆଜମ-ଇ-ଇସ୍ତେହକାମ’ ବର୍ତ୍ତମାନ ପାକିସ୍ତାନ ଉପରେ ଭାରି ପଡିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ, ପାକିସ୍ତାନୀ ସେନା ବର୍ତ୍ତମାନ ନିଜ ଦେଶକୁ ଆଉ ଯାଇପାରିବ ନାହିଁ। ବଜୀରିସ୍ତାନରେ ପାକିସ୍ତାନୀ ସେନାର ନୋ ଏଣ୍ଟ୍ରୀ ହୋଇଯାଇଛି। ବଜିରିସ୍ତାନର ରାସ୍ତାରେ ଟିଟିପି ଅର୍ଥାତ ତହରୀକ-ଏ-ତାଲିବାନ ଚେକ ପୋଷ୍ଟ ଲଗାଇଛି ଏବଂ ସେନାର ଗାଡ଼ିଗୁଡିକ ପାଇଁ ରାସ୍ତା ପୁରା ବନ୍ଦ କରିଦେଇଛି।

ଗୁପ୍ତଚର ରିପୋର୍ଟ ମୁତାବକ, ‘ଆଜମ-ଇ-ଇସ୍ତେହକାମ’ ଅପରେସନର ଆରମ୍ଭ ହେବାପରେ ବଲୁଚ ଲିବ୍ରେସନ ଆର୍ମି(ବିଏଲଏ), ବଲୁଚ ଲିବରେସନ ଫ୍ରଣ୍ଟ(ବିଏଲଏଫ) ଏବଂ ତହରୀକ-ଏ-ତାଲିବାନ(ଟିଟିପି) ପାକିସ୍ତାନ ସେନା ବିରୋଧରେ ଆକ୍ରମଣକୁ ବୃଦ୍ଧି କରିଛି। ଖାଇବର ପଖତୁନଖ୍ୱା ଏବଂ ବାଲୁଚିସ୍ତାନରେ ପାକିସ୍ତାନ ସେନାର ଅବସ୍ଥା ବିଗିଡି ଯାଇଛି। ୱାଜିରିସ୍ତାନ ଏବଂ ଏହାର ପାଖିପାଖି ଅଞ୍ଚଳରେ ସେନା ବିରୋଧରେ ଟିଟିପି ସ୍ୱର ଉତ୍ତୋଳନ କରିଛି।

ବଜିରିସ୍ତାନରେ ଏମ୍ବୁସ ବା ଆଇଇଡି ଆକ୍ରମଣ ପାକିସ୍ତାନୀ ସେନା ଉପରେ ହୋଇସାରିଛି। ଏହି ଆକ୍ରମଣରେ ୨୨ ପାକିସ୍ତାନୀ ସେନାର ଯବାନଙ୍କ ମୃତ୍ୟୁ ହୋଇସାରିଛି। ଏନନରେ ପାକିସ୍ତାନୀ ସେନାର ଏକ ଟପ୍ ଅଫିସର ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ ୯ ଜୁଲାଇରେ ପାକିସ୍ତାନୀ ସେନାର ୩ଜଣ ଯବାନଙ୍କୁ ଟ୍ୟାଙ୍କ ଜିଲ୍ଲାରୁ ୩ ସୈନିକ ଅହରଣ ହୋଇଥିଲେ, ଯାହାଙ୍କ ମୃତଦେହ ୧୧ ଜୁଲାଇରେ ଉଦ୍ଧାର ହୋଇଥିଲା। ବଜିରସ୍ତାନରେ ସେନାଙ୍କ ଗାଡ଼ି ପାଇଁ ରାସ୍ତା ବନ୍ଦ କରାଯାଇଛି ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଚେକ ପୋଷ୍ଟ ଲଗାଯାଇଛି। ଏହି ସବୁ ଟିଡିପି ଦ୍ୱାରା କରାଯାଇଛି।

Get real time updates directly on you device, subscribe now.