fbpx

ମୁଁ ପ୍ରଧାନମନ୍ତ୍ରୀଙ୍କ ପୁଅ, ମୋତେ ଗିରଫ କଲେ ଭୟଙ୍କର ପରିଣାମ ଭୋଗିବ

ନୂଆଦିଲ୍ଲୀ: ନିଜର ଅପାରଗତା ଓ ବିବାଦୀୟ ଟିପ୍ପଣୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି । ଇମ୍ରାନଙ୍କର ପୁତ୍ରଙ୍କୁ ପୋଲିସ ଗିରଫ କରିଥିବା ନେଇ କିଛି ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇବା ପରେ ଏନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କର ହେଉଛନ୍ତି ଇମ୍ରାନଙ୍କର ସାବତ ପୁଅ ମୁସା ମାନେକା । ତେବେ ମୁସାଙ୍କ ସହ ଅନ୍ୟ ତିନି ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

ରିପୋର୍ଟରୁ ପ୍ରକାଶ ଯେ, ଇମ୍ରାନଙ୍କ ପୁତ୍ର ଓ ତାଙ୍କ ସହଯୋଗୀଙ୍କ କାରରୁ ପୋଲିସ ଆଲକହଲ ଜବତ କରିଥିଲା । ପାକିସ୍ତାନରେ ଆଲକହଲ ବିକ୍ରି ଓ ପାନ ଅବୈଧ ହୋଇଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଶୀର୍ଷ ଅଧିକାରୀଙ୍କ ଆଦେଶ କ୍ରମେ ଇମ୍ରାନଙ୍କ ପୁତ୍ର ମୁସା ପୋଲିସ କବଳରୁ ମୁକ୍ତ ହୋଇଥିଲେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର ହେବା ପରେ ପରେ ବହୁମାତ୍ରାରେ ଫୋନ୍ ଆସିଥିଲା । ଫଳରେ ପୋଲିସ ଏ କ୍ଷେତ୍ରରେ ନିୟମ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ନକରି ମାତ୍ର କିଛି ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା । ମୁସାଙ୍କୁ ଗିରଫ କରିବା ସମୟରେ ସେ ପୋଲିସଙ୍କୁ ଧମକ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.