fbpx

T20 World Cup Final: ଆଜି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ କଡା ଟକ୍କର , କିଏ ହାତେଇବ ବିଜୟ ଟ୍ରଫି ?

ନୂଆଦିଲ୍ଲୀ: ଆଜି ହେଉଛି ଟି-୨୦ ବିଶ୍ୱକପର ଅନ୍ତିମ ଦିନ ଅର୍ଥାତ ଫାଇନାଲ ମ୍ୟାଚ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଦିନ ୧.୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ । ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ । ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି । ତେବେ ଫାଇନଲ ମ୍ୟାଚ ପୂର୍ବରୁ ଉଭୟ ଦଳ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯାହାକି ଆଜି ମେଲବର୍ଣ୍ଣ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ଏଥିସହିତ ଆଜିର ଏହି ମ୍ୟାଚକୁ ଖେଳପ୍ରମୀମାନେ ଖୁବ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।

ତେବେ ସେମି-ଫାଇନାଲରେ ଇଂଲଣ୍ଡ ଓ ଭାରତ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ଟସ୍ ହାରିବା ସହ ଆଗ ବ୍ୟାଟିଙ୍ଗ କରିଥିଲା । ତେବେ ଏହି ସେମି-ଫାଇନାଲରେ ଭାରତ ୨୦ ଓଭରରେ ୧୬୯ ରନ୍ କରିଥିବା ବେଳେ ଇଂଲଣ୍ଡ ମାତ୍ର ୧୬ ଓଭରରେ ବିନା କୌଣସି ୱିକେଟ ହରାଇ ୧୭୦ ରନ୍ କରି ଭାରତକୁ ପରାସ୍ତ କରିଥିଲା ଏବଂ ଫାଇନାଲରେ ନିଜର ସ୍ଥାନକୁ ବଜାୟ ରଖିଥିଲା । ସେହିପରି ପାକିସ୍ତାନ ମଧ୍ୟ ସେମିଫାଇନାଲରେ ୧୯ ଓଭରରରେ ୩ ୱିକେଟ ହରାଇ ୧୫୩ ରନ ହାସଲ କରିବା ସହ ନିୟୁଜଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲ ଟିକେଟ୍ ହାତେଇଥିଲା । ସେମିଫାଇନାଲରେ ଜିତିଥିବା ଏହି ଦୁଇ ଦଳ ଆଜି ଫାଇନାଲ ମ୍ୟାଚରେ ଆମ୍ନା-ସାମ୍ନା ହେବାକୁ ଯାଉଛନ୍ତି ।

ତେବେ ଏହା ପୂର୍ବରୁ ୧୯୯୨ ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଯେଉଁଥିରେ ପାକିସ୍ତନ ଇଂଲଣ୍ଡକୁ ପରାସ୍ତ କରିବା ସହ ୱାଲର୍ଡ କପର ଟ୍ରଫି ନଜ ନାଁରେ କରିଥିଲା । ତେବେ ଆଜିର ଏହି ଟି-୨୦ ବିଶ୍ୱ କପ୍ ୨୦୨୨ ରେ ମଧ୍ୟ ଏହି ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଯାହାକି ମେଲବର୍ଣ୍ଣ ଗ୍ରାଉଣ୍ଡରେ ଦିନ ୧.୩୦ରେ ଅନୁଷ୍ଟିତ ହେବ । ତେବେ ଆଜିର ଏହି ଫାଇନାଲ ମ୍ୟାଚରେ କିଏ ବାଜିବାତ୍ କରି ଟ୍ରଫି ନିଜ ନାଁ ରେ କରୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.