fbpx

ପାକିସ୍ତାନ ଉପରେ ଇରାନର ମିଜାଇଲ ଓ ଡ୍ରୋନ ଆକ୍ରମଣ, ୨ ଶିଶୁ ମୃତ

ନୂଆଦିଲ୍ଲୀ : ଇରାନ ମଙ୍ଗଳବାର ଦିନ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ରହୁଥିବା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଆକ୍ରମଣ କରିଛି। ଏହି ଆକ୍ରମଣକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ ନିନ୍ଦା କରିଛି। ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛି, ‘ପାକିସ୍ତାନ ଇରାନ ବାୟୁସେନାର ଉଲ୍ଲଂଘନ ଏବଂ ପାକିସ୍ତାନ ଅଞ୍ଚଳରେ ଆକ୍ରମଣକୁ ପାକିସ୍ତାନ କଠୋର ନିନ୍ଦା କରିଛି। ଏହି କାରଣରୁ ଦୁଇ ନିରୀହ ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି। ଏହା ପାକିସ୍ତାନ ସାର୍ବଭୌମତ୍ୱର ଉଲ୍ଲଂଘନ ଏବଂ ଏହାର ଗୁରୁତର ପରିଣାମ ମଧ୍ୟ ହୋଇପାରେ’।

କେଉଁଠାରେ ଏହି ଆକ୍ରମଣ ହୋଇଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିନାହିଁ। କିନ୍ତୁ ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ଆକ୍ରମଣ ସ୍ଥାନକୁ ବାଲୁଚିସ୍ତାନ ପ୍ରଦେଶ ବୋଲି କୁହାଯାଇଛି। ଯେଉଁଠାରେ ଉଭୟ ଦେଶ ପ୍ରାୟ ୧୦୦୦ କିଲୋମିଟର ଲମ୍ବର ଏକ ସୀମା ସେୟାର କରିଛନ୍ତି । ଏହା ଏକ ଅତି ବିସ୍ତୃତ ଜନବହୁଳ ଅଞ୍ଚଳ ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ, ଏହା ପାକିସ୍ତାନ ସାର୍ବଭୌମତ୍ୱର ଉଲ୍ଲଂଘନ। ଏହା ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ । ଏହାର ଗମ୍ଭୀର ପରିଣାମ ହୋଇପାରେ । ମନ୍ତ୍ରଣାଳୟ କହିଛି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ଆକ୍ରମଣରେ ଦୁଇ ନିରୀହ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଝିଅ ଆହତ ହୋଇଛନ୍ତି। ତେବେ ଇରାନ ପକ୍ଷରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

Get real time updates directly on you device, subscribe now.