fbpx

ପାକିସ୍ତାନର ଦୂତାବାସରେ ଭାରତୀୟ ମହିଳାଙ୍କ ସହ ଅସଦାଚରଣ, ଦେଶ ଛାଡି ଫେରାର ଅଭିଯୁକ୍ତ, ମାମଲା ରୁଜୁ

ନୂଆଦିଲ୍ଲୀ: ପାକିସ୍ତାନର ଦୂତାବାସରେ କାମ କରୁଥିବା ଘରୋଇ ସହାୟିକାଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଦୂତାବାସରେ ଏହି ଘଟଣା ଘଟିଛି । ଅଭିଯୋଗରେ ଘରୋଇ ସହାୟିକା ଭାବେ କାମ କରୁଥିବା ଭାରତୀୟ ମହିଳାଙ୍କ ସହ ଅସଦାଚରଣ କରାଯାଉଥିଲା । ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ ଏହି ଘଟଣା ପରେ ପାକିସ୍ତାନ ଦୂତାବାସର ପ୍ରଭାରୀ ସାଦ ଅହମଦ ବାରାଇଡର କର୍ମଚାରୀଙ୍କୁ ଦେଶରୁ ପଠାଯାଇଥିଲା ।

୫୪ ବର୍ଷର ଅଭିଯୁକ୍ତ ପାକିସ୍ତାନୀ ନାଗରିକ ମିହ୍ନାଜ ହୁସୈନ ନୂଆଦିଲ୍ଲୀରେ ପାକିସ୍ତାନ ଉଚ୍ଚାୟୋଗର ପ୍ରଭାରୀ ସାଦ ଅହମଦ ବାରାଇଚ ଏଠାରେ ରୋସେୟା ଭାବେ କାମ କରୁଥିଲେ । ଅଭିଯୁକ୍ତ ଏଠାରେ ଏକ ଭାରତୀୟ ମହିଳାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ରିପୋର୍ଟରେ କୁହାଯାଇଥିଲା ଯେ, ମହିଳା ସାଦ ଅହମଦଙ୍କ ନିବାସରେ ଘରୋଇ ସହାୟିକା ଭାବେ କାମରେ ରଖାଯାଇଥିଲା ଏବଂ ସେ ନୂଆଦିଲ୍ଲୀର ତିଲକ ମାର୍ଗ ସ୍ଥିତ ବାରାଇଚର ଅଫିସିଆଲ ଆବାସରେ ସର୍ଭାଣ୍ଟ କ୍ୱାର୍ଟରରେ ରହୁଥିଲେ । ୫୪ ବର୍ଷୀୟ ମିହ୍ନାଜ ହୁସେନ ଫେବୃଆରୀ ଭାରତ ଆସିଥିଲେ ଏବଂ ସେ ମହିଳାଙ୍କ ସହ ଦୁଃବ୍ୟବହାର କରାଯାଇଥିଲା । ସେ ଲଗାତାର ତାଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ଚେଷ୍ଟା କରୁଥିଲେ ଏବଂ ଅଶ୍ଳୀଳ କଥା କହୁଥିଲେ । ଅସଦାଚରଣ ପାଇଁ ଚେଷ୍ଟା ପରେ ମହିଳା ଘଟଣାର ସୂଚନା ସାଦ ଅହମଦଙ୍କୁ ଦେଇଛନ୍ତି, ଯିଏ ବକରୀଦର ଉତ୍ସବ ବାହାନାରେ ଚୁପଚାପ ହୁସୈନକୁ ପୁନଶ୍ଚ ପାକିସ୍ତାନ ପଠାଯାଇଥିଲା ।

Get real time updates directly on you device, subscribe now.