fbpx

ଅଧିକ ସୁଖୀ ପାକିସ୍ତାନ, ଜାତିସଂଘ ସୁଖୀ ଦେଶ ତାଲିକାରେ ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ବିଶ୍ୱରେ ସବୁଠାରୁ ସୁଖୀ ଦେଶର ତାଲିକା ଜାରି ହୋଇଛି । ଏହି ତାଲିକାରେ ୧୪୬ ଦେଶ ସାମିଲ ରହିଛି । ତେବେ ବିଶ୍ୱର ଦେଢ ଶହରୁ ଅଧିକ ଦେଶ ତାଲିକାରେ ଫିନଲ୍ୟାଣ୍ଡ ହାପିନେସ୍ ଇଣ୍ଡେକ୍ସରେ ସବୁଠାରୁ ଉପରେ ରହିଛି ।

ତେବେ ସୁଖୀ ଦେଶର ତାଲିକା ପ୍ରସ୍ତୁତ କରିବା ପାଇଁ ସେଠାରେ ରହୁଥିବା ଲୋକମାନଙ୍କର ଜୀବନ ପ୍ରତି ସନ୍ତୋଷ ଭାବନାକୁ ଦେଖାଯାଇଥାଏ । ଏହା ବ୍ୟତିତ ଜିଡିପି, ଆର୍ଥିକ ସ୍ଥିତି, ସମାଜ ଓ ଲୋକଙ୍କୁ ପରସ୍ପରର ସମର୍ଥନ, ସୁସ୍ଥ ଜୀବନାଭୂତି, ସ୍ୱାଧୀନତା, ଉଦାରତା ଆଦି ଦିଗ ଜରିଆରେ ହାପିନେସ୍ ର‌୍ୟାଙ୍କିଂ ନିର୍ଦ୍ଧାରିତ କରାଯାଏ । ଆପଣ ଏହା ଜାଣି ବିସ୍ମୟ ହେବେ କି ଖୁସୀ ରହିବା ମାମଲାରେ ଆମେ ଭାରତୀୟ ବହୁତ ପଛରେ । ଏହି ରିପୋର୍ଟ ଅନୁସାରେ ୧୪୩ ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୬ରେ ରହିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ତାଲିକାରେ ପଡୋଶୀ ଦେଶ ପାକିସ୍ତାନ ଭାରତ ଠାରୁ ଆଗରେ ରହିଛି । କାରଣ ପାକିସ୍ତାନ ଏହି ତାଲିକାରେ ୧୦୮ ସ୍ଥାନରେ ରହିଛି । ତେବେ ଏହି ର‌୍ୟାଙ୍କିଂରେ ପାକିସ୍ତାନ ଭାରତ ଠାରୁ ଆଗରେ ଥିବାରୁ ପାକିସ୍ତାନୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ପାକିସ୍ତାନ ନ୍ୟୁଜ୍ ୱେବସାଇଟ୍ ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ ଏହାର ଏକ ରିପୋର୍ଟରେ କହିଛି ପାକିସ୍ତାନ ଭାରତକୁ ସୁଖୀ ଦେଶ ର‌୍ୟାଙ୍କିଂରେ ପଛରେ ପକାଇ ଦେଇଛି । ଏହା ସହିତ ୩୦ ବର୍ଷରୁ କମ୍ ଲୋକଙ୍କ ସଂଖ୍ୟା ମାମଲାରେ ବି ପାକିସ୍ତାନ ଆଗରେ ରହିଛି ଓ ଭାରତ ପଛରେ ରହିଛି । ପାକିସ୍ତାନ ଏ କ୍ଷେତ୍ରରେ ୧୦୭ ସ୍ଥାନରେ ରହିଥିବା ବେଳେ ଭାରତ ୧୨୭ସ୍ଥାନରେ ରହିଛି ।
ସେହିପରି ୬୦ ଓ ତଦୁର୍ଦ୍ଧ ବୟସର ଲୋକଙ୍କ ସୁଖୀ ତାଲିକାରେ ଡେନମାର୍କ ପ୍ରଥମରେ ରହିଥିବା ବେଳେ ପାକିସ୍ତାନ ୧୧୨ ଓ ଭାରତ ୧୨୧ ସ୍ଥାନରେ ରହିଛି । ଏଠାରେ ବି ପାକିସ୍ତାନ ଆଗରେ ରହିଛି । ଫିନଲ୍ୟାଣ୍ଡ ଲଗାତର ୭ମ ବର୍ଷ ଏହି ତାଲିକାରେ ଆଗରେ ରହିଥିବା ବେଳେ ଆଫଗାନିସ୍ତାନ ସବୁଠାରୁ ନିମ୍ନରେ ରହିଛି ।

Get real time updates directly on you device, subscribe now.