fbpx

ଆଙ୍ଗୁଠିର ମୋଡି ହେବାରୁ ଜଣାପଡିବ ଆପଣଙ୍କ ସ୍ୱଭାବ ଓ ଭବିଷ୍ୟତ: ଏହି ୩ ଅଂଶ ଦେଉଛି ଖାସ୍ ସଙ୍କେତ

ହସ୍ତରେଖା ଶାସ୍ତ୍ରରେ କେବଳ ଆମର ପାପୁଲିର ରେଖା ଏବଂ ଚିହ୍ନ ନୁହେଁ ବରଂ ଆଙ୍ଗୁଠି ଏବଂ ଆଙ୍ଗୁଠିର ଆକାର ଏବଂ ପ୍ରକାରର ମଧ୍ୟ ଧ୍ୟାନ ରଖାଯାଏ । ଆମ ଆଙ୍ଗୁଠି କେତେ ଡିଗ୍ରୀ ବଙ୍କା ହୋଇପାରେ, ଏହାକୁ ୩ ପ୍ରକାରରେ ବର୍ଣ୍ଣନା କରାଯାଇଛି ।

ହସ୍ତରେଖା ଶାସ୍ତ୍ର ବହୁତ ବିଶାଳ ହୋଇଥିବା ବେଳେ ଏଥିରେ ହାତ ରେଖା ସହିତ ଆଙ୍ଗୁଠି ଏବଂ ଆଙ୍ଗୁଠିର ଆକୃତି ବିଷୟରେ ଅନେକ କିଛି କୁହାଯାଇଛି । ଆଙ୍ଗୁଠି କେତେ ଡିଗ୍ରୀ ବଙ୍କା ହୋଇପାରେ, ଏହା ଆଧାରରେ ଏକ ଗଭୀର ବିଶ୍ଳେଷଣ ମଧ୍ୟ କରାଯାଇଛି । ହାତ ସହ ଲାଗିକରି ରହିଥିବା ଆଙ୍ଗୁଠିକୁ ନ୍ୟୁନକୋଣ କୁହାଯାଏ । ଦ୍ୱିତୀୟ ଶ୍ରେଣୀରେ ସମକୋଣ ଓ ତୃତୀୟରେ ଅଧିକ କୋଣ ରହିଛି ।

ହାତର ବୁଢ଼ା ଆଙ୍ଗୁଠି ବିସ୍ତାର କ୍ଷେତ୍ରରେ ୪୦ଂ ଡିଗ୍ରୀରୁ ୮୦ଂ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ । ଏହା କମ୍ ଲମ୍ବା ହୋଇଥାଏ । ଏହିପରି ଲୋକମାନେ ଶାରୀରିକ ଭାବରେ ବହୁତ ଶକ୍ତିଶାଳୀ । ସେମାନଙ୍କର ଶରୀର ଛୋଟ ହୋଇଥାଏ । ଏହିପରି ଲୋକମାନେ ମଧ୍ୟବିତ୍ତ ଜୀବନଯାପନ କରନ୍ତି । ସେମାନେ ଅଧିକ ପଢ଼ିପାରନ୍ତି ନାହିଁ । ସେମାନଙ୍କ ଜୀବନରେ ଖରାପ ଅର୍ଥନୈତିକ ସ୍ଥିତି ରହିଥାଏ ।

अपने अंगूठे की सहायता से जानिए अपने भविष्य से जुड़ी कुछ खास बातों के बारे  में - Articles

ହାତ ଯୋଡ଼ିବା ସମୟରେ ସମକୋଣ ୯୦ଂରୁ ୯୫ଂ ଡିଗ୍ରୀ ମଧ୍ୟରେ ସିଧା ଦେଖାଯାଉଥିବା ଆଙ୍ଗୁଠି ବହୁତ ସୁନ୍ଦର ହେବା ସହିତ ଆକର୍ଷଣୀୟ ହୋଇଥାଏ । ଏପରି ଲୋକମାନଙ୍କ ବ୍ୟବହାର ଭଲ ଓ ସେମାନେ ସମ୍ବେଦନଶୀଳ ହୋଇଥାନ୍ତି । ଏହିପରି ଲୋକମାନେ ନିଜ କଥାରେ ଦୃଢ଼ ରୁହନ୍ତି । ପ୍ରତିଶୋଧ ନେବାକୁ ସେମାନଙ୍କର ଇଛା ଅଧିକ ଥାଏ । ସେମାନେ କାହା ଆଗରେ ନଇଁବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ମଧ୍ୟ ବହୁତ ପରିଶ୍ରମୀ ହୋଇଥାନ୍ତି । ବେଳେବେଳେ ସେମାନଙ୍କର ସ୍ୱଭାବ ସେମାନଙ୍କ ସମସ୍ୟାର କାରଣ ପାଲଟିଯାଏ ।

Palmistry Many secrets of life are hidden in the thumb of a person know  everything- हस्तरेखा: व्यक्ति के अंगूठे में छिपे हैं जीवन के कई रहस्य, आकार  देखकर बता सकते हैं उसका

ଯେଉଁ ଆଙ୍ଗୁଠି ୯୫ଂରୁ ୧୮୦ଂ ପର୍ଯ୍ୟନ୍ତ ବଙ୍କା ହୋଇଥାଏ, ତାହାକୁ ଅଧିକ କୋଣ କୁହାଯାଏ । ଏପରି ଲୋକମାନେ ବହୁତ ଇମୋସନାଲ ହୋଇଥାନ୍ତି । ସେମାନଙ୍କ ଶିକ୍ଷା ବହୁତ ଉନ୍ନତ ହୋଇଥାଏ । ଲୋକଙ୍କ ସମସ୍ୟା ଦେଖି ସେମାନେ କାନ୍ଦି ପକାନ୍ତି । ସେମାନଙ୍କର ଶରୀର ଲମ୍ବା ହୋଇଥାଏ । ସେମାନେ କଳା, ସଂଗୀତ, ବିଜ୍ଞାନ, ମନ୍ତ୍ର ଏବଂ ମେଡିସିନ୍ ଇତ୍ୟାଦି ପ୍ରତି ଆଗ୍ରହୀ ହୋଇଥାନ୍ତି । ଏହିପରି ଲୋକମାନେ ବହୁତ ଖର୍ଚ୍ଚୀ, ଦାନୀ, ତ୍ୟାଗୀ ଓ ସାହସୀ ହୋଇଥାନ୍ତି ।

Get real time updates directly on you device, subscribe now.