fbpx

ପଞ୍ଚାୟତ ନିର୍ବାଚନ: ୨୪ରେ ଅନ୍ତିମ ପର୍ଯ୍ୟାୟ ମତଦାନ, ଜଟଣୀ ବ୍ଲକ୍‌ର ୧୫ ପଞ୍ଚାୟତରେ ହେବ ଭୋଟିଂ

ଜଟଣୀ (ଭାସ୍କର ନ୍ୟୁଜ୍‌): ଜଟଣୀ ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନମଣ୍ଡଳୀରେ ୭ ଓ ୮ନଂ ଦୁଇଟି ଜିଲ୍ଲା ପରିଷଦ ଜୋନ୍‌, ୧୫ ଗ୍ରାମ ପଂଚାୟତର ସରପଂଚ-ସମିତି ସଭ୍ୟ ୨୧୦ ୱାର୍ଡ ମେମ୍ବର ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ । ଏହି ବ୍ଲକରେ ୮୩୩୧୭ ଭୋଟର ମତଦାନ ସାବ୍ୟସ୍ତ କରିବେ ଏଥି ।ଇଁ ଏହି ମାସ ୧୭ ତାରିଖର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ଜୋନ୍‌ରୁ ବିଭିନ୍ନ ଦଳର ୪ ଜଣ ଲେଖାଏଁ ପ୍ରାର୍ଥିନୀ ରହିଛନ୍ତି । ବ୍ଲକ କାର୍ଯ୍ୟାଳୟରୁ ବାଲ୍‌ଟ ବକ୍ସ ଠାରୁ ଆରମ୍ଭ କରି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ନେଇ ପ୍ରିଜାଇଡିଂ ଅଫିସର ତଥା ପୁଲିଂ ପାର୍ଟି ବୁଥ୍‌ ମାନଙ୍କରେ ପହଞ୍ଚିଛନ୍ତି ।

ଅବାଧ ଓ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ପ୍ରକ୍ରିୟା ସମାପନ ପାଇଁ ଭୌଗୋଳିକ ଦୃଷ୍ଟିକୋଣରୁ ଜଟଣୀ, ଇମ୍‌ଫୋଭ୍ୟାଲି ଓ ଏୟାର ଫିଲ୍‌ଡ ଥାନା ଅଧିନରେ ଏହି ବ୍ଲକର ଆସୁଥିବା ବିିଭିନ୍ନ ପଂଚାୟତରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବା ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ ଓ ଇମ୍‌ଫୋଭ୍ୟାଲି ଅଧିକାରୀ ବିଭୂଦତ ରାଉତରାୟ କହିଛନ୍ତି । ସବୁ ବୁଥ୍‌କୁ ପୁଲିସ କର୍ମଚାରୀ ଯୋଗାଇ ଦିଆଯାଇଛି । ପ୍ରତି ପଂଚାୟତ ପାଇଁ ଗୋଟିଏ ଲେଖାଏଁ ମୋବାଇଲ୍‌ ପେଟ୍ରୋଲିଂ ଗାଡ଼ି ବ୍ୟବସ୍ଥା ହୋଇଛି । କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପହଂଚିବା ପାଇଁ ଷ୍ଟ୍ରାଇକିଂ ଫୋସ୍‌ ସହିତ ଥାନା ଷ୍ଟାଫ୍‌ ସତର୍କ ରହିବେ । କ୍ଲଷ୍ଟର ବୁଥ୍‌ ମାନଙ୍କରେ ଅଧିକ ପୁଲିସ କର୍ମଚାରୀ ସହିତ ଆର୍ମଡ ଫୋର୍ସ ମୁତୟନ ରହିବେ । ଏଥିସହିତ ସେକ୍ଟର ଅଫିସର ଓ ସୁ ରଭାଇଜିଂ ଅଫିସର ସତର୍କ ଦୃଷ୍ଟି ରଖିବା ବ୍ୟବସ୍ଥା ହୋଇଛି । ଏ ନିର୍ବାଚନ ଶାନ୍ତିଶୃଙ୍ଖଳା ନିମନ୍ତେ ପୋଲିସ ଓ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଟଣୀ ବ୍ଲକର ବିଡିଓ ସରୋଜ କୁମାର ରାଉତ ଜଣାଇଛନ୍ତି ।

Get real time updates directly on you device, subscribe now.