ଜଣା ପଡ଼ିଲା ସତ, ଏହି କାରଣ ପାଇଁ IAS ଚାକିରି ଛାଡ଼ିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା

ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟରେ ସାମ୍ନାକୁ ଆସିଲା ସତ। ଏହି କାରଣ ପାଇଁ ଚାକିରି ଛାଡିଛନ୍ତି ସୁଜାତା! ଭିତରେ ଭିତରେ ବଡ଼ ପ୍ଲାନ କରୁଛନ୍ତି ପାଣ୍ଡିଆନ!

ଭୁବନେଶ୍ୱର:  ସ୍ୱାମୀ IAS ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଲେ। ଆଉ ନୂଆ ସରକାରରେ ସ୍ତ୍ରୀ ରହିବାକୁ ଚାହୁଁ ନଥିଲେ। ସେଥିପାଇଁ ଛୁଟି ପରେ ଛୁଟି ମାଗୁଥିଲେ। ଆଉ ଯେତେବେଳେ ସରକାର ଛୁଟି ଡଦେବାକୁ ମନା କରିଦେଲେ, ସେତେବେଳେ ସିଧା ଚାକିରି ଛାଡିଦେଲେ ଓଡ଼ିଆ IAS ଅଫିସର ସୁଜାତା ଆର କାର୍ତ୍ତିକେୟନ।

ହଁ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ଆର କାର୍ତ୍ତିକେୟନ। ଯିଏକି ନିଜ ଚିକିରିରୁ VRS ନେଇଥିବା ଘଟଣା ଗତକାଲି ସମସ୍ତ ମିଡିଆରେ ହେଡଲାଇନ୍ ପାଲଟିଥିଲା। ହେଲେ ଆପଣ କ’ଣ ଜାଣିଛନ୍ତି। କେଉଁ କାରଣ ପାଇଁ ସୁଜାତା ଏତେ ପରିଶ୍ରମ କରି ପାଇଥିବା IAS ଚାକିରି ଛାଡିଛନ୍ତି?

କାହିଁକି ଛାଡିଲେ ଚାକିରି: ତେବେ ସୁଜାତା ଚାକିରି ଛାଡିବା ଘଟଣା ସାମ୍ନାକୁ ଆସିବା ପରେ ଅନେକ ଚର୍ଚ୍ଚା ହେଲା। ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର କଥା ଉଠିଲା। ହେଲେ ପ୍ରକୃତରେ କେଉଁ କାରଣ ପାଇଁ ସୁଜାତା ଚାକିରି ଛାଡିଛନ୍ତି ତାହା ପ୍ରାୟତ କୌଣସି ଲୋକ ଜାଣିନଥିବେ।

ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା କାରଣ ହେଉଛି ସ୍ୱାମୀଙ୍କ ପରି ବିଜେଡିରେ ଯୋଗ ଦେଇପାରନ୍ତି ସୁଜାତା। ଯେହେତୁ ୨୪ ନିର୍ବାଚନ ବିଜେଡି ହାରିବା ପରେ ପାଣ୍ଡିଆନ ଆଉ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିପାରୁନାହାନ୍ତି।

ତେଣୁ ସ୍ତ୍ରୀଙ୍କୁ ବିଜେଡିରେ ମିଶାଇବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେହେତୁ ପାଣ୍ଡିଆନ ଅଣଓଡିଆ ଥିଲେ। ତେଣୁ ଓଡିଶାବାସୀ ତାଙ୍କୁ ଗ୍ରହଣ କଲେ ନାହିଁ। ହେଲେ ତାଙ୍କ ସ୍ତ୍ରୀ ତ ଓଡ଼଼ିଆ।

ତେଣୁ ସ୍ତ୍ରୀଙ୍କୁ ରାଜନୀତିକୁ ଆଣି ପୁଣିଥରେ ରାଜନୀତିର ମଙ୍ଗ ଧରିପାରନ୍ତି ବୋଲି ପାଣ୍ଡିଆନ ଶୁଣିବାକୁ ମିଳୁଛି। ତେବେ ସେ ଯାହା ହେଉନା କାହିଁକି VRS ନେବା ପରେ କିନ୍ତୁ ସୁଜାତା ଏନେଇ କୌଣସି ସ୍ପଷ୍ଟିକରଣ ରଖିନାହାନ୍ତି। ଏସମସ୍ତ କଥା କେବଳ ଚର୍ଚ୍ଚାର ପରିସୀମା ଭିତରେ ଆବଦ୍ଧ ହୋଇ ରହିଛି।

କେନ୍ଦ୍ରର ମଞ୍ଜୁରୀ: ତେବେ ୧୫ଦିନ ତଳେ କେନ୍ଦ୍ର ନିକଟରେ ଭିଆରଏସ ପାଇଁ ସୁଜାତା ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସୁଜାତା କାହିଁକି ଚାକିରି ଛାଡିଲେ ତାହା ଏବେ ଆଲୋଚନାର ବିଷୟ ହୋଇଛି।

ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ୬ମାସ ଛୁଟିରେ ଯାଇଥିଲେ ସୁଜାତା। ନିଜ ଝିଅର ପରୀକ୍ଷା ଥିବା ଦର୍ଶାଇ ଛୁଟିରେ ଯାଇଥିଲେ। ଛୁଟିରେ ଫେରିବା ପରେ ଛୁଟି ବଢ଼ାଇବାକୁ ଆବେଦନ କରିଥିଲେ। ସୁଜାତା ଚାକିରି ଛାଡିବା ପରେ ରାଜନୈତିକ ବୟାନବାଜି ତେଜିଛି।