fbpx

ପାପା କି ପରୀଙ୍କ ଅଜବ କାରନାମା, ମଝି ରାସ୍ତାରେ କରୁଥିଲେ ରୀଲ୍ସ ଆଉ ତା ପରେ…

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆରେ କିଏ ଆକ୍ଟିଭ ନୁହନ୍ତି କହିଲେ ? ଭାଇରାଲ ହେବା ପାଇଁ ଲୋକମାନେ କ’ଣ କ’ଣ କାରନାମା ଯେ ନ କରନ୍ତି ତା’ର ଠିକଣା ନାହିଁ । ସେହିପରି ରୀଲ୍ସ ନିଶା ଲୋକଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଛି । ରୀଲ୍ସ ତିଆରି କରିବା ପାଇଁ କିଏ ଜଙ୍ଗଲ ଓ ନଦୀକୁ ଗଲାଣି ତ କିଏ ପୁଣି ଗଛ ଉପରେ ଚଢ଼ିଲାଣି । ଏପରିକି ରାସ୍ତା ମଝିରେ ମଧ୍ୟ ଜୀବନକୁ ବାଜି ଲଗାଇ ରୀଲ୍ସ କରିବାକୁ ପଛାଉନାହାଁନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲା ପରେ ଆପଣଙ୍କ ହୋଶ୍ ଉଡ଼ିଯିବ ।

ଏହି ଭିଡ଼ିଓରେ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ମଝି ରାସ୍ତାରେ ରୀଲ୍ସ କରୁଥିବାର ଦେଖାଯାଇଛି । ଜଣେ ଛାତ୍ରୀ ଅନ୍ୟ ଜଣେ ସହପାଠୀଙ୍କ କାନ୍ଧରେ ଛିଡ଼ା ହୋଇଯାଇ ବ୍ୟାକ୍ ଫ୍ଲିପ୍ (ପଛ ଡିଆଁ) କରୁଛନ୍ତି । ଏହା ପରେ ସେ ସୁରକ୍ଷିତ ଭାବରେ ଛିଡ଼ା ହେବାରେ ଅସଫଳ ହୋଇଥିଲେ । ସେ ତାଙ୍କ ଭାରସାମ୍ୟ ହରାଇ ତଳେ କଚାଡ଼ି ହୋଇପଡ଼ିଥିଲେ । ସହପାଠୀ ତୁରନ୍ତ ଆସି ତାଙ୍କୁ ସାହାରା ଦେଇଥିଲେ । ଏହି ଭିଡିଓରେ ଅନ୍ୟ ଦୁଇ ସ୍କୁଲ ଛାତ୍ରୀ ମଧ୍ୟ ନଜର ଅସୁଛନ୍ତି । ଏହା ଏକ ହାଇୱେ ପରି ମନେ ହେଉଛି । ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖି କାହାର ବି ଲୋମ ଟାଙ୍କୁରି ଉଠିବ । ଇନଷ୍ଟାଗ୍ରାମରେ shalugymnast ନାମକ ଜଣେ ୟୁଜର ‘କମର ଟୁଟ୍ ଗଇ’ କ୍ୟାପସନ ଲେଖି ଶେୟାର କରିଛନ୍ତି । ଏହି ଭିଡିଓକୁ ଦେଖି ଅନେକ ୟୁଜର ନିନ୍ଦା କରିବା ସହ କିଛି ଏଭଳି ଷ୍ଟଣ୍ଟକୁ ସାବଧାନତାର ସହ କରିବା ଉପରେ ଜୋର ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏହା ଖେଳ ପଡ଼ିଆ ନୁହେଁ, ରାସ୍ତାରେ ଏପରି ଭାବରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରାଯାଏ ନାହିଁ’ ।

 

View this post on Instagram

 

A post shared by Shalu Kirar (@shalugymnast)

 

Get real time updates directly on you device, subscribe now.