fbpx

ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ମୁନାକୁ ବାନ୍ଧିଲା ପୋଲିସ, ଏବେ ବି ଫେରାର ଅଛନ୍ତି ଡିଜେ ମାଲିକ ଓ ଅନ୍ୟଜଣେ ସହଯୋଗୀ

Advertisement

ଗୋପ, (ଭାସ୍କର ନ୍ୟୁଜ) : ଗୋପ ଥାନା ଅଧୀନ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ପ୍ରଧାନ ହତ୍ୟା କାଣ୍ଡ ଘଟଣାରେ ଦ୍ବିତୀୟ ଅଭିଯୁକ୍ତକୁ ଦୀର୍ଘ ଦେଢ ମାସ ପରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ମାତ୍ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡିଜେ ମାଲିକ ସହ ଅନ୍ୟ ଜଣେ ଫେରାର ରହିଥିବା ଜଣାପଡିଛି । ଏନେଇ ଶୁକ୍ରବାର ପୂର୍ବାହ୍ନରେ ନିମାପଡା ଏସଡିପିଓ ଦେବାଶିଷ ମିଶ୍ର ଏବଂ ଗୋପ ଥାନା ଅଧିକାରୀ କାଳନ୍ଦୀ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏକ ଏହି ସମ୍ମିଳନୀରେ ଏସଡିପିଓ ଶ୍ରୀ ମିଶ୍ର ଗତକାଲି ନିଆଳି ନିକଟରୁ ସ୍ପେଶାଲ ସ୍କ୍ୱାଡ ଦ୍ୱାରା ଗିରଫ ହୋଇଥିବା ୨ୟ ଅଭିଯୁକ୍ତ ମୁନା ଓରଫ ରଞ୍ଜନ ନାୟକକୁ ମୁଖ୍ୟ ଅଭିଯୁକ୍ତ କହୁଥିବା ବେଳେ ଆଉ ୨ ଜଣ ଅଭିଯୁକ୍ତ ଫେରାରଥିବା କହିଛନ୍ତି । ଗତ ଏପ୍ରିଲ ମାସ ୨୨ତାରିଖ ରାତ୍ରିରେ ଗୋପ ଥାନା ଅଧୀନ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ପ୍ରଧାନ ଏହି ଥାନା ଅଧିନ ବେଦପୁର ପଞ୍ଚାୟତ ବାଲିକନ୍ଦଳ ଗ୍ରାମରେ ଏକ ବିବାହ ଭୋଜିରେ ଟେଣ୍ଡ କରିଥିଲେ । ସେହି ଦିନ ବେଦପୁର ଗ୍ରାମର ରାମଚନ୍ଦ୍ର ସାହୁଙ୍କ ଝିଅ ବିବାହ ଉତ୍ସବ ଚାଲିଥିବା ବେଳେ ବିବାହ ନିମନ୍ତେ ନିମାପଡା ଅଞ୍ଚଳର ବରଯାତ୍ରୀ ଦଳ ସେହିବାଟ ଦେଇ ଆସୁଥିବା ବେଳେ ଡିଜେ ଗାଡି ଲାଗି ପପୁଙ୍କ ଟେଣ୍ଟ କପଡା ଚିରିଯାଇଥିଲା । ଏହି ଘଟଣାକୁ ନେଇ ଡିଜେ ମାଲିକ ଏବଂ ତାଙ୍କ ସହେଯାଗୀଙ୍କ ସହ ପପୁର ପାଟିତୁଣ୍ଡ ହୋଇଥିଲା । ଏହା ଏତେ ଉଗ୍ରରୂ ନେଇଥିଲା ଯେ ଡିଜେ ମାଲିକ ଓ ସହଯାଗୀ ମିଶି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ପପୁକୁ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ୨୩ ତାରିଖ ଦିନ ପପୁଙ୍କ ପରିବାର ଗୋପ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଉକ୍ତ ଗ୍ରାମବାସୀ ଦୀର୍ଘ ୯ ଘଣ୍ଟା ଧରି ଗୋପ-କୋଣାର୍କ ରାସ୍ତାକୁ ବେଗୁନିଆଁ ଛକ ନିକଟରେ ଅବରୋଧ କରିଥିଲେ । ପରେ ଗୋପ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା ଏବଂ ଗୋପ ପୋଲିସ ସେମାନଙ୍କୁ ବୁଝାସୁଝା କରବାସହ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରପଂ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ନେଇ ୧୨୫/୨୨ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା ।

Get real time updates directly on you device, subscribe now.