ଅଳିଆ ଗଦାରେ ପକାଉଛନ୍ତି କି ଖାଲି ପାର୍ସଲ ବକ୍ସ? ହୋଇଯିବ ବ୍ୟାଙ୍କ ଆକାଉଣ୍ଟ ଖାଲି, ରୁହନ୍ତୁ ସତର୍କ

ଯେଉଁ ପାର୍ସଲ ବକ୍ସରେ ଜିନିଷ ପ୍ୟାକ କରି ଇ-କମର୍ସ ସାଇଟ ଆପଣଙ୍କୁ ଜିନିଷ ପଠାଉଛି, ତା’ ଉପରେ ଆପଣଙ୍କ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଡାଟା ରହିଥାଏ। ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ଇ-କମର୍ସ ସାଇଟରୁ ସମସ୍ତ ଲୋକେ ଆଜିର ସମୟରେ ଭିନ୍ନ-ଭିନ୍ନ ଜିନିଷ ମଗାଉଛନ୍ତି। ଜିନିଷ ଯେଉଁ ପାର୍ସଲ ବକ୍ସରେ ଆସୁଛି ଲୋକେ ଜିନିଷ କାଢିବାପରେ ଏହାକୁ ଅଳିଆ ଗଦାରେ ଫୋପାଡି ଦେଉଛନ୍ତି। ଯଦି ଆପଣ ଏହା କରୁଛନ୍ତି, ତେବେ ସାବଧାନ ରୁହନ୍ତୁ।

କାରଣ ଅଳିଆ ଗଦାରେ ପକାଯାଉଥିବା ପାର୍ସଲ ବକ୍ସ ସ୍କାମର୍ସଙ୍କ ଅନେକ କାର୍ଯ୍ୟରେ ଆସୁଛି। ଏହା ଦ୍ୱାରା ଆପଣଙ୍କଠାରୁ ସାଇବର ଠକ ଲକ୍ଷ ଲକ୍ଷ ଟଙ୍କା ଲୁଟିପାରନ୍ତି।

ପାର୍ସଲ ବକ୍ସରେ ଅଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ପାର୍ସଲ ବକ୍ସ ଉପରେ ଆପଣଙ୍କ ସଂପୂର୍ଣ୍ଣ ନାମ, ଘରର ଠିକଣା, ମୋବାଇଲ ନମ୍ବର ଏବଂ ଅର୍ଡର ନମ୍ବର ମଧ୍ୟ ଜାରି ହୋଇଥାଏ। ଯଦି ଆପଣ ଏହି ପାର୍ସଲ ବକ୍ସକୁ ନଷ୍ଟ ନ କରି ଏହାକୁ ଅଳିଆ ଗଦାରେ ପକାଉଛନ୍ତି, ତେବେ ଆପଣ ସମସ୍ୟାକୁ ନିମନ୍ତ୍ରଣ କରୁଛନ୍ତି।

କିପରି ହେଉଛି ଠକେଇ: ସ୍କାମର୍ସ ପ୍ରଥମେ ଆପଣଙ୍କ ବକ୍ସ ସାହାଯ୍ୟରେ ଆପଣଙ୍କ ଗୋପନୀୟ ଡାଟା ଚୋରି କରନ୍ତି। ପରେ ଆପଣଙ୍କୁ କଲ କରି, ଆପଣଙ୍କ ପରିଚିତ ବୋଲି କହିଥାଆନ୍ତି। ଏହାପରେ ବ୍ୟାଙ୍କ ଡିଟେଲ୍ସ ନେଇ ଓଟିପି ସେୟାର କରନ୍ତି।

ଏହି ଓଟିପି ଠାରୁ ସତର୍କତା ଅବଲମ୍ବନ କରନ୍ତୁ। ଯଦି ଆପଣ ଏହି ଓଟିପି ସେମାନଙ୍କ ସହ ସେୟାର କରୁଛନ୍ତି, ତେବେ ସଙ୍ଗେସଙ୍ଗେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ।