ହାଏରେ ପ୍ରେମ… ରାସ୍ତା ମଝିରେ ମହାଭାରତ (Video) ଚାଓମିନ୍ ଖୁଆଖୁଇ ହେଉଥିଲେ ପ୍ରେମୀ ଯୁଗଳ, ଆଉ ତା’ ପରେ….
ବିଚ୍ ରାସ୍ତାରେ ଗଡ଼ିଲେ ପ୍ରେମୀ । ମାଡ଼ ଖାଇଲେ ଇଜତ ସାରିଲେ ।
କାନପୁର: ଉତ୍ତର ପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କୁ ମାଡ଼ ମାରିଛନ୍ତି ଘର ଲୋକେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗୁଜୈନ ପୋଲିସ ଷ୍ଟେଶନ ଅନ୍ତର୍ଗତ ରାମଗୋପାଳ ଇଣ୍ଟରସେକ୍ସନରେ ଦେଖିବାକୁ ମିଳିଛି ଏହି ଘଟଣା । ପୋଲିସ ସୂଚନା ମୁତାବକ ରୋହିିତ ତାଙ୍କ ପ୍ରେମିକା ସହ ଛକରେ ଚାଓମିନ୍ ଖାଉଥିବାବେଳେ ରୋହିତଙ୍କ ଘର ଲୋକ ଶିବକରନ ଏବଂ ସୁଶିଳା ପହଞ୍ଚିଥିଲେ ।
ସେମାନଙ୍କ ସମ୍ପର୍କକୁ ରୋହିତଙ୍କ ଘରେ ନାପସନ୍ଦ କରିବା କାରଣରୁ ଶିବକରଣ ଓ ସୁଶିଳା ଦୁହିଁଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଲେ । ଘଟଣାର ଭିଡିଓ ଭାଇରାଲ ହେଉଥିବାବେଳେ ସୁଶିଳା ଝିଅଟିର ଚୁଟି ଧରି ମାଡ଼ ମାରୁଥିବାବେଳେ ଶିବକରନ ରୋହିତଙ୍କୁ ଚେଲାପେଳା କରିବା ସହ ଚପଲରେ ପିଟୁଥିବାର ଦେଖିବାକୁ ମିଳିଛି ।
ସୋସିଆଲ ମଡ଼ିଆରେ ଘଟଣାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇବା ପରେ ଶିବକରନ ଏବଂ ସୁଶିଳା ନିୟନ୍ତ୍ରଣକୁ ଆସିଥିଲେ ।
ଉଭୟଙ୍କୁ ପୋଲିସ ବୁଝାସୁଝା କରି ଘରକୁ ପଠାଇ ଦେଇଥିବା କହିଛି ।
कानपुर में शुक्रवार को हाईवोल्टेज ड्रामा देखने को मिला। मां ने अपनी बेटी को उसके प्रेमी के साथ देख लिया। बेटी की स्कूटी प्रेमी चला रहा था और लाडली पीछे बैठी थी।मां ने दोनों को रोककर पहले खूब हंगामा किया फिर प्रेमी की चप्पलों से पिटाई शुरू कर दी। बिटिया के भी बाल पकड़कर नोचेl pic.twitter.com/ULFtpfA1Lr
— yogesh hindustani (@yogeshhindustan) May 2, 2025