fbpx

ଆରମ୍ଭ ହେଲା ସଂସଦର ବିଶେଷ ଅଧିବେଶନ, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସାରା ବିଶ୍ୱର ଦୃଷ୍ଟି ଏବେ ଭାରତ ଉପରେ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ସଂସଦର ବିଶେଷ ଅଧିବେଶନ । ପ୍ରଥମ ଦିନରୁ ଇଣ୍ଡିଆ ଗଠବନ୍ଧନ ଚର୍ଚ୍ଚାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଅଧିବେଶନ ଆରମ୍ଭରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଜି୨୦ ସମ୍ମିଳନୀର ସଫଳ ଆୟୋଜନ ଲାଗି ଶୁଭେଚ୍ଛା ଜଣାଇଛନ୍ତି । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ ଦେବା ଆରମ୍ଭ କରି ଦେଇଛନ୍ତି ।  ବିିଶେଷ ଅଧିବେଶନ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି ।

ସଂସଦ ଭବନରେ ବିଶେଷ ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ବି ଆରମ୍ଭ ହୋଇଯାଇଛି । ବିରୋଧୀ ମାଇକ୍ ବନ୍ଦ କରାଯାଇଛି ବୋଲି ଅଭିଯୋଗ ଲଗାଇ ହଙ୍ଗାମା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ନୂଆ ସଂସଦ ଭବନ ଯିବା ପୂର୍ବରୁ ଆମେ ଦେଶର ସଂସଦର ୭୫ ବର୍ଷ ଯାତ୍ରାକୁ ସ୍ମରଣ କରିନେବା ଉଚିତ । ଆମେ ଏବେ ଏକ ଐତିହାସିକ ଭବନରୁ ବିଦାୟ ନେଉଛୁ ଯେଉଁଥିରେ ଦେଶବାସୀଙ୍କ ଶ୍ରମ ଝାଳ ବିନିଯୋଗ ହୋଇଛି ।

ସଂସଦର ବିଶେଷ ଅଧିବେଶନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି , ଏବେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା ହେଉଛି । ଚନ୍ଦ୍ରଯାନ ୩ର ସଫଳତାରେ ପୁରା ଦେଶ ଅଭିଭୂତ ହୋଇଛି । ଏଥିରେ ଆମ ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଜଡିତ ହୋଇଛି । ଏହା ଦେଶ ଓ ବିଶ୍ୱରେ ନୂଆ ପ୍ରଭାବ ସୃଷ୍ଟି କରିବ ।

Get real time updates directly on you device, subscribe now.