(Video) ବାପରେ କି ରାଗ…ଏମିତି କ’ଣ ହେଲା ଯେ, ଟ୍ରେନ୍ ଭିତରେ ଦୌଡ଼ାଦୌଡ଼ି ହେଲେ ଯାତ୍ରୀ, ଝରକା ବାଟେ ବଗି ଭିତରକୁ ଗଲେ ଲୋକେ
କାନପୁର: ଉତ୍ତର ପ୍ରଦେଶ କାନପୁର ରେଳଷ୍ଟେଶନରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କିଛି ଯୁବକ ଟ୍ରେନର ଡୋର୍ ଏବଂ ଝରକା କାଚ ଭାଙ୍ଗି କୋଚ୍ରେ ପାଶୁଥିବାର ଦେଖିବାକୁ ମିଳିଛି । ଗାଡ଼ି ସଂଖ୍ୟା ୧୫୧୦୧ ଅନ୍ତୋଦୟ ଏକ୍ସପ୍ରେସ ଯେତେବେଳେ କାନପୁର ଷ୍ଟେଶନରେ ଲାଗିଲା, ସେ ସମୟରେ କିଛି ଯୁବକ କୋଚ୍ରେ ବସିବାକୁ ଗଲେ । କିନ୍ତୁ କବାଟ ବନ୍ଦ ଥିବା କାରଣରୁ ସେମାନେ କୋଚ୍ ମଧ୍ୟକୁ ଯିବା ସମ୍ଭବ ହେଲା ନାହିଁ ।
‘Windows shattered and dismantled’: Incensed over locked doors, passengers vandalise Antyodaya express train in #UttarPradesh
More details 🔗 https://t.co/Q3fEUlnd38 pic.twitter.com/sX0V6yLEDK
— The Times Of India (@timesofindia) December 19, 2024
ଅନ୍ୟପକ୍ଷେ କୋଚ୍ ଭିତରେ ବସିଥିବା ବ୍ୟକ୍ତିମାନେ ମଧ୍ୟ ଡୋର୍ ଖୋଲିଲେ ନାହିଁ । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ପଥରରେ କୋଚର କବାଟ ଓ ଝରକା କାଚ ସବୁ ଭାଙ୍ଗି ଟ୍ରେନ୍ରେ ବସିଲେ । ପାଖାପାଖି ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଟ୍ରେନ୍ରେ ଗଣ୍ଡଗୋଳିଆ ସ୍ଥିତି ଦେଖିବାକୁ ମିଳିଥିଲା । ଟ୍ରେନ୍ ଭିତରେ ଲୋକ ଦୌଡ଼ିବା ଆରମ୍ଭ କରିଦେଲେ ।
ଆଶ୍ଚର୍ଯ୍ୟ ହେବାର ମୁଖ୍ୟ କାରଣ, ଯୁବକମାନେ ଟ୍ରେନ୍ କାଚ ଭାଙ୍ଗିଦେଲେ , ହେଲେ ସେମାନଙ୍କୁ ରୋକିବା ପାଇଁ ରେଳ ଷ୍ଟେଶନରେ କୌଣସି ସୁରକ୍ଷାକର୍ମୀ ଉପସ୍ଥିତ ନ ଥିଲେ । ନା ଯୁବକଙ୍କୁ ରୋକିବାକୁ କେହି ଆସିଲେ, ନା ସେମାନଙ୍କ କାଣ୍ଡ ପରେ ସେଠାରେ କୌଣସି ସୁରକ୍ଷାକର୍ମୀଙ୍କ ଦେଖା ମିଳିଲା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସ ନିଜ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଯୁବକଙ୍କ ବିକୃତ ମାନସିକତାର ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ଆମେ କହିପାରିବା ।