ସମ୍ବଲପୁର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ଫଳରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁତ ଲୋକ ଗୁରୁତର ଆହାତ ହେଉଛି । ତେବେ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ଦୁର୍ଘଟଣା ଥମିବାର ନାଁ ନେଉନାହିଁ । ତେବେ ଏହାରି ମଧ୍ୟରେ ପୁଣି ଏକ ସଡକ ଦୁର୍ଘଟଣାର ମାମଲା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ତେବେ ମହାଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ ଝାରସୁଗୁଡା ରୁ ସମ୍ବଲପୁର ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟଛି । ଯାହାଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ବୁର୍ଲା ଓ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଏହି ବସଟି ଏକ ଟ୍ରଲକୁ ପଛରୁ ପଟିଥିବାରୁ ଏପରି ଦୁର୍ଘଟଣା ହୋଇଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନଥିବା ବେଳେ ବସରେ ମୋଟ କେତେଜଣ ଯାତ୍ରୀ ଥିଲେ ତାହା ମଧ୍ୟ ଜଣାପଡିନାହିଁ ।