fbpx

Video: ଏୟାରପୋର୍ଟରେ ଯାତ୍ରୀଙ୍କୁ ଆସିଲା ହାର୍ଟ ଆଟାକ୍‌, ପିସିଆର ଦେଇ ଜୀବନ ବଞ୍ଚାଇଲେ ସିଆଇଏସ୍‌ଏଫ ଯବାନ

ଅହମ୍ମଦାବାଦ: ବିମାନବନ୍ଦରରେ ହୃଦଘାତ ହେବା ପରେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇ ଦେଇଛନ୍ତି ସିଏସଏଫ ଯବାନ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ହାର୍ଟ ଆଟାକ୍ ହେତୁ ଅହମ୍ମଦାବାଦ ବିମାନବନ୍ଦରରେ ଜଣେ ଯାତ୍ରୀ ତଳେ ପଡ଼ିଯାଇଥିଲେ । ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଦୁଇ ଯବାନ ତାଙ୍କୁ ଦେଖିଥିଲେ ।

ଏହାପରେ ଯବାନମାନେ ବିଳମ୍ବ ନକରି ସିଆଇଏସଏଫର ସବ୍‌-ଇନ୍ସପେକ୍ଟର ତାଙ୍କୁ ଶୀଘ୍ର ପିସିଆର ଦିଅନ୍ତି ଏବଂ ବ୍ୟକ୍ତିଙ୍କର ଜୀବନ ବଞ୍ଚିଯାଇଥିଲା । ଏହା ପରେ, ସିଏସ୍‌ଏଫ୍ ଯବାନମାନେ ପୀଡିତାଙ୍କ ମୁଣ୍ଡ ଅଉଁସି ତାଙ୍କୁ ସଂପୂର୍ଣ୍ଣ ସଚେତନ କରିବାକୁ ଚେଷ୍ଟା କରନ୍ତି । ସୂଚନା ଅନୁଯାୟୀ ପୀଡିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଏହି ଘଟଣା ପରେ ସିଆଇଏସ୍‌ଏଫ୍ ଏହାର ଟୁଇଟର୍ ହ୍ୟାଣ୍ଡେଲ୍‌ରେ ଭିଡିଓଟିକୁ ସେୟାର କରି ଯବାନଙ୍କ ଏହି କାର୍ଯ୍ୟକୁ ସାବାସି କରିଥିଲେ ।

Get real time updates directly on you device, subscribe now.