CHARIDHAM

ହଠାତ୍ ମଝି ଆକାଶରେ ୧୧ ଜଣ ଯାତ୍ରୀଙ୍କର ମୁଣ୍ଡ ବୁଲାଇ ବାନ୍ତି ହେଲା, ଲଣ୍ଡନରୁ ମୁମ୍ବାଇ ଆସୁଥିଲା Air India ଫ୍ଲାଇଟ୍‌

ମଝି ଆକାଶରେ ଅସୁସ୍ଥ ହୋଇପଡ଼ିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ମଝି ଆକାଶରେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ୬ ଜଣ କ୍ରୁ ମେମ୍ବରଙ୍କ ସମେତ ୧୧ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ମୁଣ୍ଡ ବୁଲାଇବା ସହ ବିମାନ ଭିତରେ ବାନ୍ତିକଲେ ଯାତ୍ରୀ।

ଖାଦ୍ୟ ବିଷପ୍ରକ୍ରିୟାକରଣ ପାଇଁ ଏମାନେ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି। ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ, ୧୧ ଜଣଙ୍କ ମଧ୍ୟରୁ ଦୁଇଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ପ୍ରଥମେ ଅସୁସ୍ଥତା ଅନୁଭବ କରୁଥିଲେ। ଏମାନଙ୍କୁ ପ୍ରଥମେ ମେଡିକାଲ ରୁମକୁ ନିଆଯାଇଥିଲା। ଏହାପରେ ଅନ୍ୟମାନେ ଅସୁସ୍ଥ ହୋଇପଡ଼ିଲେ।

ବିମାନ ଚଳାଚଳ କମ୍ପାନୀ କହିଛି ଯେ, ବିମାନ ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଛି। ଏହାପରେ ଏୟାର ଇଣ୍ଡିଆର ମେଡିକାଲ ଟିମ ସଙ୍ଗେ ସଙ୍ଗେ ଚିକିତ୍ସା ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ଥିଲା।

ଏୟାର ଇଣ୍ଡିଆ ଏହା ମଧ୍ୟ କହିଛି ଯେ, ସେ ଏହି ଘଟଣା ବିଷୟରେ ବିମାନ ସୁରକ୍ଷା ନିୟାମକ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳକୁ ରିପୋର୍ଟ କରିଛି।