(Video) ମଝି ଆକାଶରେ କଣା ହୋଇଗଲା ଇଣ୍ଡିଗୋ ବିମାନ, ଛାନିଆ ହୋଇଗଲେ ଯାତ୍ରୀ

ନୂଆଦିଲ୍ଲୀ: ମଝି ଆକାଶରେ ଘଟିଛି ବଡ଼ ଅଘଟଣ । ବୁଧବାର ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଯାତ୍ରା କରୁଥିବା ବିମାନଯାତ୍ରୀ ହୋଇଛନ୍ତି ହଟହଟା ।

ଟର୍ବୁଲାନ୍ସ ପାଇଁ ବିମାନର ନୋଜ୍ କଣା ହୋଇଯାଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟର୍ବୁଲାନ୍ସବେଳେ ଇଣ୍ଡିଗୋ ଫ୍ଲାଇଟ୍ ୬ଇ୨୧୪୨ରେ ୨୦୦ ଯାତ୍ରୀ ଉପସ୍ଥିତ ଥିଲେ । ପବନରେ ବିମାନ ଦେହଲିବାକୁ ଲାଗିଥିବାବେଳେ ଯାତ୍ରୀମାନେ ନିଜ ନିଜ ସିଟରେ ବସି ଆଗ ସିଟକୁ ଧରିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ପାଇଲଟ ଶ୍ରୀନଗର ଏୟାର ଟ୍ରାଫିକକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ସୂଚନା ଦେଇଥିଲେ, ଯାହାପରେ ବିମାନରେ ଥିବା ୨୨୭ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସନ୍ଧ୍ୟା ୬ଟା ୩୦ରେ ଶ୍ରୀନଗରରେ ଓହ୍ଲାଇ ଦିଆଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

ହଠାତ୍ ପାଗରେ ପରିବର୍ତ୍ତନ ହେବା ଯୋଗୁ ଏ ପରିଘଟିଥିବା ଆଲୋଚନା ହେଉଛି । ଭାରତୀୟ ପାଣିପାଗ ବିଭାଗ ହରିୟାଣାରେ ବାତ୍ୟା ଆଲର୍ଟ ଜାରି କରିଥିବାବେଳେ ଏହାର ପ୍ରଭାବରେ ଆଖପାଖ ଅଞ୍ଚଳରେ ଗତକାଲି ବର୍ଷା ସହ ଝଡ଼ ତୋଫାନ ହୋଇଛି ।