ଆଜି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ରାୟ, ମିଳିବ କେଉଁ ଦଣ୍ଡ ?

ଆଜି ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ। ଦୀର୍ଘ 7 ବର୍ଷ ପରେ ମାମଲାର ଆଜି ହେବ ଶୁଣାଣି ।

ବଲାଙ୍ଗୀର: ଆଜି ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ। ରାୟ ଶୁଣାଇବେ ପାଟଣାଗଡ଼ ADJ କୋର୍ଟ। ଦୀର୍ଘ 7 ବର୍ଷ ପରେ ମାମଲାର ଆଜି ଆସିବ ଫଇସଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦଣ୍ଡ ପାଇବେ କି ନାହିଁ ? ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କି ଦଣ୍ଡାଦେଶ ହେବ, ତା’ଉପରେ ସମସ୍ତଙ୍କର ରହିଛି ନଜର ।

2018 ଫେବ୍ରୁଆରି 23ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ନବବିବାହିତ ସୌମ୍ୟଶେଖର ସାହୁ ଓ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିସ୍ଫୋରଣରେ ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ।