fbpx

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସ୍କାଏ କିଙ୍ଗ ସଂସ୍ଥାର ବିମାନ ଭଡା ପଇଠ ନକରିବା ମାମଲାରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଜାମିନ ମିଳିଛି । ପାଠକ ବାପ-ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ହାଇକୋର୍ଟ । ଭୁବନେଶ୍ୱର ଖାରବେଳନଗର ଥାନାରେ ଦାଏର ହୋଇଥିବା ମାମଲାରେ ବାପ-ପୁଅଙ୍କୁ ଜାମିନ ମିଳିଛି । ୨ ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ବଦଳରେ ପାଠକ ବାପ-ପୁଅଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।

ତେବେ ଆକାଶ ନିଜକୁ ଟାଟାର ଏମଡି କହି ସ୍କାଏ କିଙ୍ଗ ସଂସ୍ଥାରୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଖାରବେଳ ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଛାନଭିନ୍ କରିଥିଲା ।

Get real time updates directly on you device, subscribe now.