fbpx

ବୁର୍ଲାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା: କେନାଲ ପାଖରୁ ମିଳିଲା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବୁର୍ଲାରେ ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା । ପାଓ୍ବାର କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସମ୍ବଲପୁର ମହୁଲପାଲିର ୪୫ ବର୍ଷିୟ ଲମ୍ବୋଦର ନାୟକ ।

ତାଙ୍କ ବାପା ବୁର୍ଲା ମେଡିକାଲରେ ଭର୍ତ୍ତି ଅଛନ୍ତିଜ୍ଝ ନେତାଜୀ ଛକରୁ ଗୌଡପାଲି ରାସ୍ତାରେ ଥିବା ପାଓ୍ବାର କେନାଲ କୂଳରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ତେବେ ପୋଲିସ ମୃତ ଦେହ ଜବତ କରି ଫ୍ରିଜରରେ ରଖିଥିବା ସୂଚନା ମିଳିଛି । ଭୋରରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.